ଘୁମୁସର ଲେଖିକା ସଂସଦର ମକର ମିଳନ ଉତ୍ସବ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଘୁମୁସର ଲେଖିକା ସଂସଦର ମକର ମିଳନ କବିତା ଆସର, ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇ ଯାଇଛି ।ନୂତନ ଭାବେ ନିର୍ବାଚିତ ହୋଇଥିବା ସଂସଦର ଉପସଭାନେତ୍ରୀ ଇ.ମାହେଶ୍ୱରୀ ଦୋରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଆସରକୁ ସଭାନେତ୍ରୀ ଗୀତରାଣୀ ମହାପାତ୍ର ପରିଚାଳନା କରିଥିଲେ । ସଂସଦର ସଂଗଠନ ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଥିବାବେଳେ ସୁଜାତା ସିଂଙ୍କୁ ସାଂସ୍କୃତିକ ସମ୍ପାଦିକା ରୂପେ ନିର୍ବାଚିତ କରାଯାଇଥିଲା । ସାଂପ୍ରତିକ ସମାଜରେ ନାରୀର ଭୂମିକା ସଂପର୍କରେ ସଭାନେତ୍ରୀ ଅଭିମତ ରଖିଥିଲେ। ଉକ୍ତ ଦିବସଟିର ଗୁରୁତ୍ୱ ସଂପର୍କରେ ପ୍ରଭାତୀ ମଞ୍ଜରୀ ବେହେରା ନିଜର ବକ୍ତବ୍ୟ ରଖିଥିଲେ । ସଂସଦର ଅନ୍ୟତମ ସଦସ୍ୟା ଶ୍ରୀମତୀ ବିଷ୍ଣପ୍ରିୟା ସେନାପତି ଲେଖିକା ମାନଙ୍କର ଆବଶ୍ୟକତା ଏବଂ ସଂସଦୀୟ ଆସରର ମହତ୍ୱକୁ ଉଲ୍ଲେଖ କରିଥିଲେ । ସଂସଦର କାର୍ଯ୍ୟକ୍ରମ କିପରି ହେବ ଏବଂ ଏହାର ବିକାଶ ଦିଗରେ କି ପଦକ୍ଷେପ ଗ୍ରହଣ କରାଯିବ ଏହି ବିଷୟରେ ଆଲୋଚନା କରାଯାଇଥିଲା । ମନୁଜା ରାଣୀ ଦାସ ମକର ଚାଉଳ ବଣ୍ଟନ କରିଥିଲେ । ଦ୍ୱିତୀୟ ପର୍ଯ୍ୟ।ୟରେ ଶୁଭସ୍ମିତା ଦାଶ,ଅଧ୍ୟାପିକା ସୁଜାତାସିଂ,ସୁଶ୍ରୀ ମୋନାଲିସା ମିଶ୍ର,ଇ.ମାହେଶ୍ୱରୀ ଦୋରା,ଡାକ୍ତର ଗାୟତ୍ରୀ ସାହୁ,ଡ.ନଳିନୀ ପ୍ରଭା ଦାସ କବିତା ପାଠ କରିଥିଲେ । ପ୍ରାରମ୍ଭିକ ଭଜନ ଏବଂ ଅନ୍ତିମ ଭଜନ ଅଧ୍ୟାପିକା ଗୀତାଶ୍ରୀ ସାମନ୍ତ ଗାନ କରିଥିଲେ । ପରିଶେଷରେ ମୋନାଲିସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


