ଘୋଡ଼ାପଲାଣ ପଞ୍ଚାୟତ ବିଜେଡିର ସାଙ୍ଗଠନିକ ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଲକ କସିପଡା ଠାରେ ଘୋଡାପଲାଣ ପଞ୍ଚାୟତର ବିଜୁ ଜନତା ଦଳର ସକ୍ରିୟ କର୍ମୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉକ୍ତ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ପ୍ରଥମେ ଦଳର ସଂଗଠନ କିପରି ସୁଦୃଢ ହୋଇପାରିବ ଆଲୋକପାତ କରିଥିଲେ । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଘୋଡ଼ାପଲାଣ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପାଇଁ ବିଜୁ ଜନତା ଦଳରୁ ସର୍ବସମ୍ମତି କ୍ରମେ ପ୍ରାର୍ଥୀ ଚୟନ କରିବା ନେଇ ଆଲୋଚନା ହୋଇଥିଲା । ପଞ୍ଚାୟତ ବାସୀ ଯାହାକୁ ଚୟନ କରିବେ ସେ ହିଁ ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ଗ୍ରହଣ ହୋଇଥିଲା । ମନୋମାଳିନ୍ୟକୁ ଭୁଲି ଦଳର ହିତ ପାଇଁ କାର୍ଯ୍ୟକରିବା ସହ ବିରୋଧି ବିଜେପି ଙ୍କୁ କଡ଼ା ଟକ୍କର ଦେବା ପାଇଁ ବିଧାୟକ ଶ୍ରୀସାହୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଘୋଡ଼ାପଲାଣ ସରପଞ୍ଚ ପ୍ରତିନିଧି ଧ୍ରୁବ ଚରଣ ଦାଶ, ପୁର୍ବତନ ସରପଞ୍ଚ ବିଜୟ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ଘନଶ୍ୟାମ ଦାଶ, ପାବନି ନାୟକ, ପ୍ରମୋଦ କୁମାର ପ୍ରଧାନ, ଭଗବାନ ପ୍ରଧାନ, ପ୍ରଶାନ୍ତ ଦାଶଙ୍କ ସମେତ ସକ୍ରିୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ