ଘୋଡ଼ାହାଡ଼ ଡ୍ୟାମର ମୁଖ୍ୟ ଦ୍ଵାର ପୂଜା ହେଲା ; ଖରିଫ ଧାନଚାଷ ନିମନ୍ତେ ଛଡାଯିବ ପାଣି

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ଗପହଣ୍ଡି ବ୍ଳକ ଘୋଡ଼ାହାଡ଼ ଡ଼୍ୟାମ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ଗୁରୁବାର ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପାଣି ପଞ୍ଚାୟତ ଶୀର୍ଷ କମିଟି ର ପୂର୍ବତନ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ବିଦ୍ୟାଧର ମହାପାତ୍ର, ଉତ୍କଳ ରାଜ୍ୟ କୃଷକ ସଭା କାର୍ଯ୍ୟକର୍ତ୍ତା ଅଳକ ନାଥ ମିଶ୍ର, ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ଉପ ନିର୍ବାହୀ ଯନ୍ତ୍ରୀ ଇଂ.ଗୋପାଳ ମୋହନ ରାଓ,ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ, ଇଂ.କ୍ଷୀରୋଦ କୁମାର ବେହେରା, ଇଂ. ସୁଶାନ୍ତ କୁମାର ମହାପାତ୍ର ଙ୍କ ସମେତ ନବ ନିର୍ବାଚିତ ବିଭିନ୍ନ ପାଣି ପଞ୍ଚାୟତ ଚକ କମିଟି କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ସାହୁ,ମୂରଲୀଧର ପାତ୍ର, ସିମାଞ୍ଚଳ କର,କାଶୀନାଥ ଗୌଡ ଙ୍କ ସମେତ ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ରହି ଡ଼୍ୟାମ ର ମୁଖ୍ୟ ଦ୍ଵାର କୁ ବିଧି ମୁତାବକ ପୂଜା କରାଯାଇଥିଲା। ଡ଼୍ୟାମ ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ଗୁରୁବାର ସୁଦ୍ଧା ଡ଼୍ୟାମ ରେ ୧୧୫.୪୭ ମିଟର ପାଣି ମହଜୁଦ ଅଛି। ଆଗାମୀ ବୁଧବାର ଦିଗପହଣ୍ଡି ସ୍ଥିତ ଘୋଡ଼ା ହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସଭା ଗୃହ ରେ ଆୟୋଜିତ ହେବାକୁ ଥିବା ପରିବର୍ଦ୍ଧିତ ଆଲୋଚନା ସଭାରେ ଖରିଫ ଧାନ ଚାଷ ନିମନ୍ତେ ଡ଼୍ୟାମ ରୁ କେନାଲ ଯୋଗେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବତନ ପାଣି ପଞ୍ଚାୟତ ସମ୍ପାଦକ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ