ଘୋଡାଂଶ ପଂଚାୟତରେ ବିଜେଡି ରାଜନୀତି ଞ୍ଦଳ ବିରୋଧିଙ୍କୁ ଦଳକୁ ମନା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ ନାଉଗାଁ ବ୍ଲକ ଘୋଡାଂଶ ପଂଚାୟତରେ ବିଜେଡି ଦଳର ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ଏଠାରେ ଦଳୀୟ ନିଷ୍ପତିକୁ ବିରୋଧ କରି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ସମିତି ସଭ୍ୟଙ୍କୁ ଦଳରେ ଗ୍ରହଣ କରାଯିବନାହିଁ ବୋଲି ପଂଚାୟତ କର୍ମୀ ସମ୍ମିଳନୀରେ ବଜେଡି ପକ୍ଷରୁ ସ୍ଥିର କରାଯାଇଛି । ଯାହା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘୋଡାଂଶ ପଂଚାୟତ ବିଜେଡି ସଭାପତି ଶିଶିର କୁମାର ନାୟକଙ୍କ ସଭାପତିତ୍ୱରେ ଏକ ଦଳୀୟ କର୍ମୀ ସମ୍ମିଳନୀ ଚାନ୍ଦଖାଁପାଟଣା ଗ୍ରାମସ୍ଥିତ ମଠସାହି ଠାରେ ଆୟୋଜନ କରାଯାଇଥିଲା । ଏଠାରେ ଶତାଧିକ ବିଜେଡି କର୍ମୀଙ୍କ ଉପସ୍ଥିତିରେ ନବ ନିର୍ବାଚିତ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା ଦେବା ପାଇଁ ସ୍ଥିର କରାଯାଇଥିଲା । ପରେ ପଂଚାୟତ ନିର୍ବାଚନରେ ଦଳର ନିଷ୍ପତିକୁ ବିରୋଧ କରି ଦଳକୁ ଅନ୍ତର୍ଘାତୀ କରି ବିଜୟୀ ହୋଇଥିବା ସମିତି ସଭ୍ୟଙ୍କୁ ଦଳକୁ ଗ୍ରହଣ କରାଯିବ ନାହିଁ ବୋଲି ସର୍ବ ସମ୍ମତିକ୍ରମେ ସ୍ଥିର ହୋଇଥିଲା । ଏସଂର୍ପକରେ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଅବଗତ କରାଯିବ ବୋଲି ସ୍ଥିର କରାଯାଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ବ୍ଲକ ସଭାପତି ସୁଜିତ କୁମାର ମଲ୍ଲିକ, ସରପଂଚ ପ୍ରାର୍ଥୀ ଆର୍ତବଂଧୁ ବିଶ୍ୱାଳ, ନିରୋଧ କୁମାର ସ୍ୱାଇଁ, ସମିତି ସଭ୍ୟା ପ୍ରାର୍ଥୀ ଏଲିନା ଦାସ, ଭରତ ଚନ୍ଦ୍ର ପରିଡା, ସଂଗ୍ରାମ ସ୍ୱାଇଁ, ଶ୍ରୀଚରଣ ରାଉତ, ପ୍ରଦିପ ମଲ୍ଲିକ, ଅଜିତ ରାଉଳ, ଶଙ୍କର ଭୋଇ, କାର୍ତିକ ମଳିକ, ଅମରେଶ୍ୱର ଦାସ, ଆଲୋକ ରଂଜନ ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ