ଘୋଡାହାଡ଼ ରୁ ପାଣି ଛାଡିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ହିଞ୍ଜିଳିକାଟୁ ଠାରୁ ଛତ୍ରପୁର ପର୍ଯ୍ୟନ୍ତ ବହୁ ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ ଉପରେ ଜୟ ମଙ୍ଗଳ କେନାଳ ଉପରେ ନିର୍ଭର କରୁଥିବାରୁ ଜୟ ମଙ୍ଗଳ କେନାଳ ରୁ ପାଣି ନ ଛାଡିବା ଫଳରେ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବର୍ତ୍ତମାନ ତଳିଘରା ପୋଡିବାକୁ ଗଲାଣି,ଏହା ଯୋଗୁଁ ଚାଷୀ ମାନେ ଅସହାୟ ହୋଇପଡିଲେଣି,ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି l ଫଳରେ ଚାଷ ଜମି ଗୁଡିକ ତଳି ପୋଡ଼ିବାକୁ ଲାଗିଲାଣି l ଏଣୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଘୋଡ଼ାହାଡ଼ ପ୍ରକଳ୍ପରୁ ପାଣି ଛାଡିବା ପାଇଁ ମଙ୍ଗଳବାର ଜୟମଙ୍ଗଳ କେନାଳ ଅଧିନସ୍ଥ ପାଣି ପଞ୍ଚାୟତ କର୍ମକର୍ତ୍ତା ମାନେ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଙ୍କୁ ଭେଟି ପ୍ରଦାନ କରିଛନ୍ତି l ଏହା ସହିତ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଦୃଷ୍ଟି ଆକର୍ଷଣ କରିଛନ୍ତି, ଏହି ଦାବୀ ପତ୍ର ପ୍ରଦାନ ବେଳେ ଶ୍ରୀ ମା ବିରିସିଙ୍ଗି ପାଣିପଞ୍ଚାୟତ,( ବିପୁଲିଙ୍ଗୀ ନଂ -15) ର ସମ୍ପାଦକ ଜୟଦେବ ଲେଙ୍କା, ଶ୍ରୀ ଶ୍ରୀ ଶ୍ରୀ କଲ୍ୟାଣେଶ୍ୱର ପାଣିପଞ୍ଚାୟତ, (ବଉଳ ଗାଁ ) ର ସଭାପତି ଅଶୋକ କୁମାର ପାଣିଗ୍ରାହୀ, ତାରିକେଶ୍ୱର ପାଣି ପଂଚାୟତ ର ସମ୍ପାଦକ ବିପିନ ବିହାରୀ ନାୟକ, କୋଷାଧ୍ୟକ୍ଷ ସତ୍ୟ ନାରାୟଣ ନାହାକ ଏବଂ ଭଗବାନ ନାହାକ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ