ଘୋଡାହାଡ ନଦୀଗଣ୍ଡ ରୁ ମହିଳା ଙ୍କ ମୃତଦେହ ଉଦ୍ଧାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପେଣ୍ଠା ଗ୍ରାମ ଘୋଡାହାଡ ନଦୀ ଗଣ୍ଡ ରୁ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ଟା ରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ହେଲେ ପେଣ୍ଠା ଗ୍ରାମ ହରିଜନ ସାହିର କୁସିଆଁ ନାଇକଙ୍କ ସ୍ତ୍ରୀ କୁମାରୀ ନାଇକ। ସେ ଗାଧୋଇବା ପାଇଁ ନଦୀ ଗଣ୍ଡ କୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ। ଦିଗପହଣ୍ଡି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ସ୍ଥାନୀୟ ଗ୍ରାମବାସୀ ଙ୍କ ସହାୟତା ରେ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ପୋଲିସକୁ ସୂଚନା ଦେଇଥିଲେ। କେ. ନୂଆଗାଁ ଥାନା ଆଇ ଆଇ ସି କିଶୋର କୁମାର ସାମଲ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଥାନା ଅପମୃତ୍ଯୁ ମାମଲା ନଂ.୨/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ମୃତଦେହ କୁ ବ୍ଯବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି।


