ଘୋଡାହାଡ ନଦୀ ପଠାରୁ ନବଜାତ ଶିଶୁ ର ମୃତ ଦେହ ଉଦ୍ଧାର କଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଖୋଲଡି ଗ୍ରାମ ନିକଟ ଘୋଡାହାଡ ନଦୀ ପଠାରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରିଛି ପାଟପୁର ପୋଲିସ । ନବଜାତ ଶିଶୁ ର ଅଭାବନୀୟ ଦୃଶ୍ୟ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନିକଟ ଖୋଲଡି ଗ୍ରାମ ଘୋଡାହାଡ ନଦୀ ପଠା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ସୋମାବାର ସକାଳୁ ଗ୍ରାମର କିଛି ଲୋକ ଘୋଡାହାଡ଼ ନଦୀ ପଠାକୁ ଗାଧୋଇବାକୁ ଯାଉଥିବା ବେଳେ ନଦୀ କଡ଼ରେ ନବଜାତଶିଶୁପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ପାଟପୁର ପୋଲିସ କୁ ଖବର ଦେଇଥିଲେ।ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଏନେଇ ପାଟପୁର ଥାନାରେ ଅପମୃତ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସବ୍ୟ ସାଚି ମଲ୍ଲ ସୂଚନା ଦେଇଛନ୍ତି । ସଚେତନତା ଅଭାବ , ପରକୀୟା ପ୍ରୀତି ଯୋଗୁଁ ଅବୈଧ ସମ୍ପର୍କ ରଖି ସନ୍ତାନକୁ ଜନ୍ମ ଦେବା ପରେ କେହି ଫୋପାଡି ଦେଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଥିବା ଶୁଣିବାକୁ ମିଳିଛି।