ଘୋଡ଼ାହାଡ଼ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଘୋଡ଼ାହାଡ଼ ସେତୁ ଜୟମଙ୍ଗଳ ଆନିକେଟ ନିକଟରୁ ମଙ୍ଗଳବାର ଭୋରରୁ ଜୈନିକ ବୃଦ୍ଧଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ଅଂଚଳର ଚାରୁଚନ୍ଦ୍ର ପଣ୍ଡା (୬୫) । ଏ ନେଇ ନଂ- ୧୦/୧୯ରେ ଏକ ଅପମୃତ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ପ୍ରତିଦିନ ଭଳି ଚାରୁଚନ୍ଦ୍ର ମଙ୍ଗଳବାର ଭୋରରୁ ପ୍ରାତଃ ଭ୍ରମଣରେ ଯାଇଥିଲେ । ସକାଳ ପ୍ରାୟ ସାଢେ ୬ ଘଂଟା ସମୟରେ ହିଞ୍ଜିଳିକାଟୁ ପୌରାଂଚଳ ଘୋଡ଼ାହାଡ଼ ନଦୀକୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୃଦ୍ଧଙ୍କ ମରଶରୀର ଭାସୁଥିବାର ଦେଖି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ମୃତ ଶରୀରକୁ ଜବତ କରିଛି । ପ୍ରକାଶ ଥାଉକି, ନଦୀ ଭିତରେ ମାତ୍ର ୨ ଫୁଟ ପାଣି ରହିଥିବା ବେଳେ କିଭଳି ମୃତ୍ୟୁ ଘଟିଲା, ଏନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟବଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ