ଙ୍ଗଜାତୀୟ ଯୁବ ଦିବସରେ ଶତାଧିକ ଲୋକଙ୍କୁ କମ୍ବଳ ବଂଟନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଜାତୀୟ ଯୁବ ଦିବସ ଉପଲକ୍ଷେ ଗୁଣନିଧି ରବିନ୍ଦ୍ର ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ବିନ୍ଦୁସାଗର ନିକଟ ଡାଲମିଆ ଧର୍ମଶାଲାରେ ଶତାଧିକ ନିରାଶୟ ଲୋକଙ୍କୁ କମ୍ବଳ ଓ ମାସ୍କ ବଂଟନ କରାଯାଇଥିଲା । ସେବା ପ୍ରତିନିଧି ପକ୍ଷରୁ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଳମଣି ମିଶ୍ର ଏଥିରେ ସଂଯୋଜନା କରିଥିଲେ । ସ୍ୱାମୀ ବିବେକାନନ୍ଦ, ସ୍ୱର୍ଗତ ଗୁଣନିଧି ମହାପାତ୍ର, ସ୍ୱର୍ଗତ ରବିନ୍ଦ୍ର ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତିସଭା କରାଯିବା ପରେ କମ୍ବଳ ବଂଟନ କରାଯାଇଥିଲା । ଏଥିରେ ବିଧାୟକ ସୁରେଶ କୁମାର ରାଉତରାୟ, ସମାଜସେବୀ ସୁଜାତା ମହାପାତ୍ର, ଲିଙ୍ଗରାଜ ସାହୁ, ଡ଼ ଅରବିନ୍ଦ ମହାପାତ୍ର, ଆଦିତ୍ୟ ମହାପାତ୍ର, ମମତା ଦେବୀ, ସସ୍ମିତା ପହାଡ଼ସିଂ, ପ୍ରଭାତ ସ୍ୱାଇଁ ଅଶୋକ ମହାରଣା ଓ ସଭ୍ୟମାନେ ଯୋଗଦେଇ ଏହାକୁ ପରିଚାଳଣା କରିଥିଲେ ।