ଚଂଚକତା କରି ବଦଳାଉଥିଲେ ଏଟିଏମ୍ କାର୍ଡ ପରେ ଉଠାଉଥିଲେ ଲକ୍ଷାଧିକ ଟଙ୍କା; ଏଭଳି ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇଜଣଙ୍କୁ ଧରିଲା ଛତ୍ରପୁର ପୁଲିସ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା । ଗତ ୧୨ତାରିଖରେ ସୁନା ଲୁଟେରା ଗ୍ୟାଙ୍ଗ କୁ ଧରି ଗଂଜାମ ପୁଲିସ ସଫଳତା ଅର୍ଜନ କରିଥିବା ବେଳେ ଆଜି ଏଟିଏମ କାର୍ଡ ଚଂଚକତା କରି ଲକ୍ଷ ଲକ୍ଷ ଟଙ୍କ ଲୁଟ କରୁଥିବା ଅନ୍ତଃରାଜ୍ୟ ଲୁଟେରାଗ୍ୟାଙ୍ଗଙ୍କୁ ଧରିଛି ଛତ୍ରପୁର ପୁଲିସ । ଦୀର୍ଘ ଦୁଇବର୍ଷ ଧରି ବିଭିନ୍ନ ସ୍ଥାନରୁ ଚଂଚକତା କରି ଏଟିଏମ କାର୍ଡ ବଦଳାଇ ଲୁଟୁଥିଲେ ଗ୍ୟାଙ୍ଗର ଏହି ଦୁଇଜଣ ଅନ୍ତଃରାଜ୍ୟ ଲୁଟେରା । ଏଭଳି ଲୁଟେରା ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତ୍ରପୁର ପୁଲିସ । ଏହି ଲୁଟେରାମାନେ ଅନ୍ତଃରାଜ୍ୟ ରେ ବିଭିନ୍ନ ଏଏଟିଏମ୍ କାଉଣ୍ଟରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରି ତାଙ୍କୁ ବିଭିନ୍ନ ଆଳ ଦେଖାଇ କୈାଶଳ ରେ ତକ୍ଷଣାତ୍ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ ଟଙ୍କା ଉଠାଉଥିଲେ । ଏହି ଦୁଇ ଲୁଟେରାଙ୍କୁ ଛତ୍ରପୁର ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ନଗତ ୨ଲକ୍ଷ ୭୦ହଜାର ଟଙ୍କା, ୩ଟି ମୋବାଇଲ , ୧୦ଟି ଏଟିଏମ କାର୍ଡ, ଗୋଟିଏ ବାଇକ୍ ଆରସି ବୁକ୍ , ଦୁଇଟି ବାଇକ୍ ଏବଂ ଗୋଟିଏ ସୁନା ମୁଦି ଜବତ କରିଛି ପୁଲିସ ।ଆଖି ପିଛୁଳାକେ ଓ କୈାଶଳରେ ବିଭିନ୍ନ ବାହାନା ଦେଖାଇ ଏଟିଏମ୍ କାର୍ଡଧାରୀଙ୍କ ଏଟିଏମ୍ ବଦଳ କରିଦେଉଥିଲେ । ଆଉ ପରବର୍ତ୍ତୀ ସମୟରେ ସେହି ଏଏଟିଏମ କାର୍ଡରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଚାଲୁଥିଲେ । ଏଭଳି ଏକ ଗ୍ୟାଙ୍କର ଦୁଇଜଣ ଲୁଟେରାଙ୍କୁ ଧରି ଘଟଣାର ପଦ୍ଦାଫାସ କରିଛି ଗଂଜାମ ପୁଲିସ ଜିଲ୍ଲା ଅଧୀନସ୍ଥ ଛତ୍ରପୁର ଥାନା ପୁଲିସ । ଗିରଫ ଦୁଇଜଣ ଲୁଟେରା ହେଲେ ଗଜପତି ଜିଲ୍ଲା ମୋହନା ବସ୍ଷ୍ଟାଣ୍ଡ ଅଂଚଳର ଚେରୁ ଓରଫ ସିମାଞ୍ଚଳ ସାହୁ ଓ ଭଂଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ଗୋବର୍ଦ୍ଦନ ପାତ୍ର । ଏମାନେ କେବଳ ଗଂଜାମ ଜିଲ୍ଲା ନୁହେଁ ବରଂ ଅନ୍ତଃରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦୁଇ ଲୁଟେରାମାନେ ବିଶେଷକରି ବୟସ୍କ ଓ ଅଶିକ୍ଷିତ ଲୋକେ ଏଟିଏମ୍ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଯାଉଥିବା ବ୍ୟକ୍ତିଙ୍କୁ ଟର୍ଗେଟ୍ କରୁଥିବା ଜଣାପଡିଛି । ଏହି ଦୁଇ ଲୁଟେରା ଏଟିଏମ୍ କାଉଣ୍ଟର ସମ୍ମୁଖରେ ଠିଆ ହେଉଥିବା ବେଳେ କୈାଣସି ବ୍ୟକ୍ତି ଟଙ୍କା ଉଠାଇବା ସମୟରେ ସଂପୃକ୍ତ ବ୍ୟକ୍ତି ଏଟିଏମ୍ ପିନ ନମ୍ବର ବା ପାସୱାଡକୁ ମନେ ରଖିଦେଇଥାନ୍ତି । ଆଉ ଏହି ଏଟିଏମ୍ କାର୍ଡ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ । ଗଂଜାମ ଜିଲ୍ଲା ସମେତ ମାଲକାନାଗିରି, ନୟାଗଡ, ଓ ନୂଆପଡା ଭଳି ଜିଲ୍ଲାରେ ପ୍ରାୟ ୧୯ଜଣଙ୍କର ଏଭଳି ଏଟିଏମ୍ କାର୍ଡ ବଦଳାଇ ଲକ୍ଷାଧିକ ଟଙ୍କା ଲୁଟିନେଉଥିବା ପୁଲିସ ନିଟରେ ସ୍ୱୀକାର କରିଛନ୍ତି ଏହି ଦୁଇ ଲୁଟେରା । ଏହି ଲୁଟେରାଙ୍କ ଠାରୁ ନଗଦ ୨ଲକ୍ଷ ୭୦ହଜାର ଟଙ୍କା, ୧୦ଟି ଏଟିଏମ୍ କାର୍ଡ, ୩ଟି ମୋବାଇଲ, ଦୁଇଟି ମୋଟରସାଇକେଲ , ଗୋଟିଏ ଗାଡି ଆରସି ବୁ୍କ୍ ଓ ଗୋଟିଏ ସୁନା ମୁଦି ଜବତ କରିଛି ପୁଲିସ । ଏନେଇ ମଙ୍ଗଳବାର ଛତ୍ରପୁର ଥାନା ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଦେଇଛନ୍ତି ।ଏଥିସହ ଏହି ଗ୍ୟାଙ୍ଗ୍ର ଚେର ଆହୁରି ରହିଥିବା ବେଳେ ଅନ୍ୟ ଲୁଟେରାମାନଙ୍କୁ ଧରିବା ପାଇଁ ଗଞ୍ଜାମ ପୁଲିସର ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଓ ଚାମଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା ଉପସ୍ଥିତ ଥିଲେ ।
ଛତ୍ରପୁର ଥାନା ଅଧୀନସ୍ଥ ବଡମାଧପୁର ଗ୍ରାମ ସ୍ଥିତ ଷ୍ଟେଟ୍ବ୍ୟାଙ୍କ ଏଟିମ୍ କାଉଣ୍ଟରରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ସହୟତା ବାହାନାରେ ହଂସପୁର ଗ୍ରାମର ନିତାଇ (୬୦) ନାମକ ଜଣେ ବୃଦ୍ଧଙ୍କ ଏଟିଏମ୍ କାର୍ଡ ବଦଳାଇ ଚେରୁ ଓରଫ୍ ସିମାଞ୍ଚଳ ଅକ୍ଟୋବର ୩ ତାରିଖ ସୁଦ୍ଧା ପ୍ରାୟ ୬ ଲକ୍ଷ ୪ ହଜାର ୮ ଶହ ଟଙ୍କା ଲୁଟ୍ କରିଥିଲା । ଏହି ଘଟଣା ନେଇ ଛତ୍ରପୁର ଥାନାରେ ନିତାଇ ଅକ୍ଟୋବର ୧୦ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ପୁଲିସ ୩୦୧/ ୨୦୨୦ନଂ କେସ ରୁଜୁ କରି ପରେ ଘଟଣା ସଂକ୍ରାନ୍ତରେ ଛାନଭିନ୍ ଆରମ୍ଭ କରିଥିଲା । ଗଂଜାମ ଏସପି ବ୍ରିଜେଶ କୁାମର ରାଏଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍ଙ୍କ ନେତୃତ୍ୱରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଏବଂ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତାଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲ।। ଏହି ଟିମ୍ ସିସିଟିଭି ଫୁଟେଜ୍, ବ୍ୟାଙ୍କ୍ର ରିପୋର୍ଟ , ସାଇବର ସେଲ୍ ର ସହାୟାତା ଏବଂ ବିଭିନ୍ନ ପ୍ରକ୍ରିୟାରେ ଯାଞ୍ଚ କରି ଭୁବନେଶ୍ୱର ବିମାନବନ୍ଦର ନିକଟ ଡୁମ୍ଡୁମା କଲୋନି ଏବଂ ବ୍ରହ୍ମପୁର ପାୟଲ ସିନେମା ହଲ୍ ନିକଟର ଏକ ଆପାଟ୍ମେଣ୍ଟରୁ ସିମାଞ୍ଚଳ ଓ ଗୋବର୍ଦ୍ଧନକୁ ଧରିଥିଲେ । ସିମାଞ୍ଚଳ ପୂର୍ବରୁ ବିଭିନ୍ନ ଡକାୟତି ମାମଲାରେ ସଂପୃକ୍ତ ଥିବା ବେଳେ ତାକୁ ଛାଡି ଏଟିଏମ୍ ଲୁଟ୍ରେ ମାତି ଯାଇଥିଲା । ସିମାଞ୍ଚଳ ତା’ର କାୟା ବିସ୍ତାର କରି ଏହି ଅଞ୍ଚଳରେ ଫେମସ୍ ହୋଇଥିବା ବେଳେ ଟାଟା ଇସ୍ପାତ କାରଖାନ ପର ସିତାରାମପୁର ଗାଁରେ କୁଆଡେ ସେ ୨ଗୋଟି ପୋଖରୀ ମଧ୍ୟ ଲିଜ୍ ସୂତ୍ରରେ ରଖିଥିବା ଜଣାପଡିଛି । ଏହାସହ ପୂର୍ବରୁ ଚମାଖଣ୍ଡି ଥାନା ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନ ୫ଟି ବିଭିନ୍ନ ମାମଲାରେ କେସ ରେ ଜଡିତ କୋର୍ଟ ଚାଲାଣ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଜେଲରୁ ଏହି କୈାଶଳ ଓ ଚଂଚକତା କରି ଏଟିଏମ୍ କାର୍ଡ ବଦଳାଇ ଲକ୍ଷାଧିକ ଟଙ୍କାର ଲୁଟ କରିବାର ଟ୍ରେନିଂ ନେଇଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।
ସୂଚନାନୁସାରେ, ହଂସପୁର ଗ୍ରାମ ନିତାଇ ପୂର୍ବରୁ କୋଇଲା ଖଣିରେ କାମ କରୁଥିଲେ । ସେଠାରେ ଅବସର ନେବା ପରେ ପୁଅ ବାହାଘର ଲାଗି ଆକାଉଣ୍ଟରେ ୮ ଲକ୍ଷ ଟଙ୍କା ରଖିଥିଲେ । ଗତମାସ ୨୫ ତାରିଖରେ ବଡମାଧପୁର ଗ୍ରାମରେ ଥିବା ଏଟିଏମ୍ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଆସିଥିଲେ । ଏହି ସମୟରେ ଏଟିଏମ୍ରେ ଜଣେ ଯୁବକ ଥିଲା । ଏକାଥରକେ ୧୦ ହଜାର ଟଙ୍କା ଉଠିବ ନାହିଁ ବୋଲି ନିତାଇକୁ କହିଥିଲା । ଆଉ ୯ ହଜାର ୫୦୦ ଟଙ୍କା ଉଠାଇବାରେ ସହଯୋଗ କରିବା ଭିତରେ କୌଶଳ କ୍ରମେ ତାଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଦେଇଥିଲେ । ନିତାଇଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଏଟିଏମ୍ କାର୍ଡ ଧରାଇ ଦେଇଥିଲେ । ଅକ୍ଟୋବର ୭ ତାରିଖରେ ନିତାଇ ଛତ୍ରପୁର ଷ୍ଟେଟ ବ୍ୟାଙ୍କ ଆସି ଏଟିଏମ୍ କାର୍ଡ ବଦଳି ଯାଇଥିବା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଅନୁଧ୍ୟାନ କରି ୬ଲକ୍ଷ ୪ ହଜାର ୮ଶହ ଟଙ୍କା ଗତ କିଛି ମଧ୍ୟରେ ଉଠାଣ ହୋଇଥିବା କହିଥିଲେ । କାର୍ଡକୁ ବ୍ୟବହାର କରି ସେପ୍ଟେମ୍ବର ୨୬ ତାରିଖରେ ଭୁବନେଶ୍ୱରର ଏକ ସୁନା ଦୋକାନରୁ ୪୫ ହଜାର ୩ ଶହ ଟଙ୍କା ଏବଂ ୨୯ ତାରିଖରେ ୪୯ ହଜାର ୫ ଶହ ଟଙ୍କାର ସୁନା କିଣାଯାଇଥିବା ତଦନ୍ତରୁ ଜଣାପଡିଛି । ନିତାଇ ଏହା ଜାଣିବା ପରେ ଅକ୍ଟୋବର ୧୦ ତାରିଖରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ଛତ୍ରପୁର ଥାନା ପକ୍ଷରୁ ୩୦୧ ନମ୍ବର ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲେ । ସେହିପରି ଏହି ଦୁଇ ଲୁଟେରାଙ୍କ ମଧ୍ୟରୁ ଗୋବର୍ଦ୍ଧନ ପାତ୍ର ଗତ ସେପ୍ଟେମ୍ବର ୩ ତାରିଖରେ ନୟାଗଡ ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଅଞ୍ଚଳର ବୈକୁଣ୍ଠନାଥ ଜେନାଙ୍କ ଏଟିଏମ୍ କାର୍ଡ ବଦଳାଇ ୧ଲକ୍ଷ ୪୭ ହଜାର ଟଙ୍କା ଲୁଟ୍ କରିଥିଲା । ଛତ୍ରପୁର ଥାନା ପୁଲିସ ଗୋବର୍ଦ୍ଧନକୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା । ଏହି ସଂକ୍ରାନ୍ତରେ ସେ ନୟାଗଡ ଥାନାରେ ୧୩୯ ଏକ ମାମଲା ରୁଜୁ କରିଥିବା ସହ ନୟାଗଡ ପୁଲିସ ଘଟଣାର ଛାନଭିନ୍ କରୁଥିବା ନେଇ ସବଇନିସପେକ୍ଟର ବୈକୁଣ୍ଠନାଥ ଜେନା କହିଥିଲେ ।


