ଚଂଚକତା କରି ମୃତ ବ୍ୟକ୍ତିର ନାମରେ ଖାଉଟି ସାମଗ୍ରୀ ହଡପ
ନାଉଗାଁ,:ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ ବେଣାପଡା ଗ୍ରାମର ରବିନ୍ଦ୍ର ଓଝା ନିଜ ବାପା ସିଦ୍ଧେଶ୍ୱର ଓଝାଙ୍କ ନାମରେ ଥିବା ଅନ୍ତୋଦୟ କାର୍ଡକୁ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ଚଂଚକତା କରି ଖାଉଟି ସାମଗ୍ରୀ ଉଠାଉ ଥିବା ରବିନ୍ଦ୍ର ଜିଲ୍ଲାପାଳ ସଂଗ୍ରାମ କେଶୋରୀ ମହାନ୍ତି ଓ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ରବିନ୍ଦ୍ର ଜଣେ ଗରିବ ଦିନ ମଜୁରିଆ ବ୍ୟକ୍ତି ଅଟେ । ପରିବାର ପ୍ରତିପୋଷଣ ପାଇଁ ସେ ବାହାରେ ରୁହନ୍ତି । ସେ ଅନୁପସ୍ଥିତି ରହୁଥିବାରୁ ଏହାର ସୁଯୋଗ ନେଇ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ୨୦୧୬ ମସିହା ଜାନୁଆରୀ ମାସ ଠାରୁ ତାଙ୍କ ବାପାଙ୍କର ବିୟୋଗ ହେବା ପରେ ଚଂଚକତା କରି ଖାଦ୍ୟ ସୁରକ୍ଷା ଯୋଜନାର ଥିବା ଅନ୍ତୋଦୟ କାର୍ଡରେ ଖାଉଟି ସାମଗ୍ରୀ ହଡପ କରାଯାଇଛି । କେବଳ ଯେ ଖାଉଟି ସାମଗ୍ରୀ ତାହା ନୁହେଁ ବିଜୁଳି ବଲବ, ଫନି ସହାୟତା ଆଦି ମଧ୍ୟ ନେଇଥିବା ଖାଉଟି ସାମଗ୍ରୀ ବଂଟନ କରୁଥିବା ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ ତାଙ୍କୁ କହିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଉକ୍ତ ଘଟଣାକୁ ତଦନ୍ତ କରାଯାଇ ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ରବିନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି । ଅନୁରୁପ ଭାବେ ଉକ୍ତ ଅଭିଯୋଗକୁ ବିଧାୟକ ପ୍ରଶାନ୍ତ ମୁଦୁଲି, ବିଡିଓ ରଶ୍ମିରେଖା ମହାନ୍ତି,ଜିଲ୍ଲା ଯୋଗାଣ ଅଧିକାରୀ,ବ୍ଳକ ଯୋଗଣ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏ ସଂପର୍କରେ ବିଡିଓଙ୍କ ବ୍ଲକ ଯୋଗାଣ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


