ଚଉଦକୁଲାଟରେ ଗଣେଶ୍ୱରଙ୍କ ଧନ୍ୟବାଦ ପଦଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିର୍ବାଚନରେ ବିଜୟୀ ହେବା ପରେ ନବ ନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆଜି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମ ପଞ୍ଚାୟତରେ ଧନ୍ୟବାଦ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରା ଚଉଦକୁଲାଟ ଜଗନ୍ନାଥ ବିଦ୍ୟାପୀଠ ନିକଟରୁ ବାହାରି ଗାନ୍ଧୀଛକ, ବସ୍ଷ୍ଟାଣ୍ଡ ଦେଇ ଦଧିବାମନଜୀଉଙ୍କ ମନ୍ଦିର ନିକଟରେ ଶେଷ ହୋଇଥିଲା । ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଧାୟକ ଶ୍ରୀ ବେହେରା ପଞ୍ଚାୟତ ପ୍ରତିନିଧି ଓ କର୍ମୀମାନଙ୍କ ସହ ପଦଯାତ୍ରା କରି ଭୋଟ୍ଦାତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପଦଯାତ୍ରା ପରେ ଶ୍ରୀ ବେହେରା ଦଧିବାମନଜୀଉଙ୍କୁ ଦର୍ଶନ କରିବା ସହିତ ଚନ୍ଦନପୁର ଗ୍ରାମର ଭାଗବତ ଗାଦୀ, ତମାଳ ଶାସନର ଶ୍ରୀ ଶ୍ରୀ ଶନ୍ତେଶ୍ୱର ମହାଦେବ ଓ ମା’ ମଙ୍ଗଳାଙ୍କୁ ଦର୍ଶନ କରିଥିଲେ । ଏହି ପଦଯାତ୍ରାରେ ଦୂର୍ଗାଶୀଷ ମହାନ୍ତି, ପ୍ରଶାନ୍ତ ବିଶ୍ୱାଳ, ମନୋରଞ୍ଜନ ମହାନ୍ତି, ରମାକାନ୍ତ ମଲ୍ଲିକ, ମହମ୍ମଦ ଓକିଲ, ମହମ୍ମଦ ମାନସିଂ, ତପନ ଦାସ, ସନ୍ତୋଷ ପାଣିଗ୍ରାହୀ, ବିକାଶ ମଲ୍ଲିକ, ଭରତ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ସାକିର, ସେକ ସାବିର୍ ଅଲ୍ଲୀ, ନବ କିଶୋର ମଲ୍ଲିକ, ଏସ୍କେ ସାଜିଦ୍, ଜଗନ୍ନାଥ ବିଶ୍ୱାଳ, ମନୋଜ ଦାସ, ସୁନିଲ ସେଠୀ, ଅମରେନ୍ଦ୍ର ଦାସ, ଚୈତନ୍ୟ ମଲ୍ଲିକ, ସୁକାନ୍ତି ମିଶ୍ର, ଲକ୍ଷ୍ମୀପ୍ରିୟା ମଲ୍ଲିକ, ସୋନାଲି ବିଶ୍ୱାଳ, ରିନାରାଣୀ ମଲ୍ଲିକ, ସୁରେଶ ଚନ୍ଦ୍ର ମହାନ୍ତି, ସତ୍ୟବ୍ରତ ଶତପଥୀଙ୍କ ସମେତ ସାତଶହରୁ ଉର୍ଦ୍ଧ୍ୱ ମହିଳା ଓ ଏକ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ ।