ଚଉଷଠୀ ଯୋଗିନୀ ପୀଠରେ ଗଗନ ଗୁରୁଜୀଙ୍କ ପ୍ରବଚନ
ଭୁବନେଶ୍ୱର : ଚଉଷଠୀ ଯୋଗିନୀ ପୀଠରେ ଗଗନ ଗୁରୁଜୀଙ୍କ ତିନି ଦିନିଆ ପ୍ରବଚନ କାର୍ଯ୍ୟ ‘ସୁଖ ସାଗର’ ଆରମ୍ଭ ହୋଇଛି । ପୌରରାଣିକ କଥାବସ୍ତୁରେ ବୈଜ୍ଞାନିକ ଦୃଷ୍ଟି କୋଣ ସମ୍ପର୍କରେ ସେ ମତ ରଖିଛନ୍ତି । ପାରିବାରିକ ସମ୍ବଦ୍ଧ ବଂଶ ବୃଦ୍ଧି, ମଣଇଷର ଜନ୍ମ ମୃତ୍ୟୁ ରହସ୍ୟ ତତ୍ୱ ଆଧାରରେ ମତ ରଖି ସେ ପ୍ରବଚନ ମାଧ୍ୟମରେ ସମାଧାନ କରୁଛନ୍ତି । ଆଧ୍ୟାତ୍ମୀକତା ଉପରେ ଜନସମାଜକୁ ସଚେତନତା କରୁଥିବାରୁ ସେ ଦେଶ ତଥା ଦେଶ ବାହାରେ ପ୍ରସଂଶନୀୟ ହୋଇଥିବାରୁ ତାଙ୍କ ପ୍ରବଚନ ଶୁଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ହିରାପୁର ଚଉଷଠୀ ଯୋଗୀନି ଦତାତ୍ରୟ ସାଧନା ମଣ୍ଡଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।


