ଚକାଫାଟି ବସ ଦୁର୍ଘଟଣାଗସ୍ତ ; ଅଳ୍ପକେ ବର୍ତ୍ତିଲେ ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ନିକଟ ଜାତୀୟ ରାଜପଥରେ ଥିବା କଲେଜ ଛକ ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ କଲଭର୍ଟକୁ ପିଟିହେଲା ଯାତ୍ରୀବାହି ବସ୍ । ଅଳ୍ପକେ ବର୍ତ୍ତିଲେ ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ । ସୂଚନା ମୁତାବକ ପାତ୍ରପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ହରିହର ନାମକ ଯାତ୍ରୀବାହି ବସ୍ (ଓଡି୦୭ଜେଡ୍‌୦୫୯୯) ଛତ୍ରପୁର ଜାତୀୟ ରାଜପଥ ନିକଟ କଲେଜ ଛକ ଠାରେ ଗାଡିର ଚକ ଫାଟିଯିବାରୁ କଲଭର୍ଟକୁ ପିଟିହୋଇଯାଇଛି । ଫଳରେ ବସ ରେ ବସିଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାର ଖବର ପାଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ କିଛି ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ରେନ ସାହାର୍ଯ୍ୟରେ ବସକୁ ଉଦ୍ଧାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ