ଚକାବଟ ପରିସରରେ ଓଡିଶା ବ୍ରାହ୍ମଣ ସମିତି ସମ୍ମିଳନୀ ।

ବୁଗୁଡା ,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକର ଶଙ୍କୁରୁ ଗ୍ରାମ ନିକଟସ୍ଥ ଚକାବଟ ପରିସରରେ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଆନୁକୂଲ୍ୟରେ ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କବି ଅନନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବ୍ରାହ୍ମଣ ସମ୍ମିଳନୀରେ ଓଡିଶା ବ୍ରାହ୍ମଣ ସମିତିର ରାଜ୍ୟ ଉପସଭାପତି ଅଶୋକ କୁମାର ମିଶ୍ର, ମୁଖ୍ୟ ଉପଦେଷ୍ଟା ବ୍ୟୋମକେଶ ଉପାଧ୍ୟାୟ, ସଂଯୋଜକ ପ୍ରଶାନ୍ତ କୁମାର ଦାଶ, ଉପଦେଷ୍ଟା ରାମ ଶଙ୍କର ଶତପଥୀ, ବ୍ରହ୍ମପୁର ବେଦ ପାଠଶାଳା ର ଅଧ୍ୟକ୍ଷ ମନୋଜ କୁମାର ପାଣିଗ୍ରାହୀ, କରଚୁଲି ମଠ ମହନ୍ତ ନିତ୍ୟାନନ୍ଦ ମହାରାଜ, ହିନ୍ଦୀ ଭାଷା ସୁରକ୍ଷା ସମିତିର ଡ଼ଃ ଭବାନୀ ଶଙ୍କର ମିଶ୍ର,ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ଦାଶ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣ ମାନଙ୍କ ସୁରକ୍ଷା ଓ ବ୍ରାହ୍ମଣ ଧର୍ମର ଉତ୍ଥାନ ବିଷୟରେ ମତ ପ୍ରକାଶ କରିଥିଲେ। ସମ୍ମିଳନୀରେ ପଣ୍ଡିତ ବୈଷ୍ଣବ ଚରଣ ଦାଶ ସଂଯୋଜନା କରିଥିବା ବେଳେ ବୁଗୁଡା ବ୍ଲକ ବ୍ରାହ୍ମଣ ସମିତିର ସଭାପତି କାଳୀ ଚରଣ ମିଶ୍ର, ଉପସଭାପତି ଦୁର୍ଗାମାଧବ ପାଣି ପ୍ରମୁଖ ସମ୍ମିଳନୀ ପରିଚାଳନା କରିଥିଲେ। ଏଥିରେ ବୁଗୁଡା,ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବହୁ ବ୍ରାହ୍ମଣ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ