ଚକ୍ରଧର ହେମ୍ବ୍ରମ ରାଜ୍ୟ ସହ ସଂପାଦକ ସହ ଆଦିବାସୀ ସଶକ୍ତ ଓ ସଂଖ୍ୟା ଲଘୁ ବ୍ୟାପାର ଦାୟିତ୍ବ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଯଶିପୁର ନିର୍ବାଚନ ମଣ୍ଡଳୀ ଓ ଶିମିଳିପାଳ ଅଂଚଳର ଜଣେ ଜଣାଶୁଣା ସମାଜସେବୀ, କଳାକାର, ରାଜନୀତିଜ୍ଞ ଓ ପରିବେଶବିତ୍ । ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଚକ୍ରଧର ହେମ୍ବ୍ରମ ବିଜେଡି ପ୍ରତି ତାଙ୍କର ତ୍ୟାଗ, ଶିମିଳିପାଳ ଅଭୟାରଣ୍ୟରେ ରହୁଥିବା ଆଦିବାସୀମାନଙ୍କ ସମସ୍ୟା, ଶିମିଳିପାଳ ଜୈବ ମଣ୍ଡଳୀ ସୁରକ୍ଷା ପ୍ରତି ତାଙ୍କର ଅବଦାନ କେହି ଅସ୍ୱୀକାର କରିବେ ନାହିଁ । ତାଙ୍କର କାର୍ଯ୍ୟ ଶୈଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡି ରାଜ୍ୟ ସହ ସଂପାଦକ ନିଯୁକ୍ତି ଦେବା ସହ ଆଦିବାସୀ ସଶକ୍ତ ଓ ସଂଖ୍ୟା ଲଘୁ ଦାୟିତ୍ଵ ଅର୍ପଣ କରିଛନ୍ତି । ତାଙ୍କ ନିଯୁକ୍ତିରେ ଆଦିବାସୀ ଓ ସଂଖ୍ୟା ଲଘୁ ଓ ବିଜେଡି ମହଲରେ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।


