ଚକ୍ରବୁ୍ୟହ ଭେଦିଲେ ଅଭିମନୁ୍ୟ, ପରାଜୟର କାରଣ ଖୋଜୁଛି କଂଗ୍ରେସ

ହାଟଡିହି, (ବିକାଶ ବିଶ୍ୱାଳ):ଚଳିତ ନିର୍ବାଚନରେ କୌଣସି ଦଳର ହାୱା ବହୁ ନଥିବାବେଳେ କେବଳ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ହାୱା ବହୁଥିଲା । ଯାହା ମୁହଁରୁ ଶୁଣିବ ଏଥର କେବଳ କଂଗ୍ରେସ ହିଁ କହୁଥିଲେ । ଏତେ ସବୁ ପରେବି ବିରୋଧିଙ୍କ ଚକ୍ରବୁ୍ୟହ ଭେଦିଛନ୍ତି ଅଭିମନୁ୍ୟ । ବିଜେଡି ଟିକେଟ ମିଳିବା ପରଠାରୁ ଚକ୍ରବୁ୍ୟହରେ ଫସିଲେ ଅଭିମନୁ୍ୟ ବୋଲି ବିରୋଧି ଶିବିରରେ ଯୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ ସାମାଜିକ ଗଣମାଧ୍ୟମରେ ଯୋରଦାର ପ୍ରଚାର ପ୍ରସାର କରାଯାଇଥିଲା । କିନ୍ତୁ ଅଭିମନୁ୍ୟ ବିରୋଧିଙ୍କ ସମସ୍ତ ପ୍ରକାର ରଣ କୌଶଳକୁ ଭେଦକରି ଶେଷରେ ବିଜୟର ଟୀକା ପିନ୍ଧିଛନ୍ତି ।ବିଶେଷକରି ବିଧାୟକ ଭାଗିରଥି ସେଠୀଙ୍କ ଟିକେଟ କଟିବା ପରଠାରୁ ବିଜେଡିର ଟିକେଟ ଆଶାୟୀ ମାନେ ଏକଯୁଟ ହୋଇ ଅଭିମନୁ୍ୟଙ୍କୁ ହରାଇବା ଲାଗି ସଂକଳ୍ପ ନେଇ କଂଗ୍ରେସ ସହ ହାତ ମିଳାଇଥିଲେ । ସେପଟେ କଂଗ୍ରେସର ଭେଟେରାନ ଲିଡର ଜୟଦେବ ଜେନା ଚଳିତ ନିର୍ବାଚନକୁ ଲଗାଇ ୧୦ମ ଥର ପାଇଁ ପ୍ରାର୍ଥି ହୋଇତôଲେ । ପୁର୍ବରୁ ୪ଥର ନିର୍ବାଚିତ ହୋଇ ବିଭିନ୍ନ ବିଭାଗର ମନ୍ତ୍ରୀ ସହିତ ପିସିସି ସଭାପତି ମଧ୍ୟ ହୋଇଥିଲେ । କିନ୍ତୁ ଲଗାତାର ଭାବେ ତିନୋଟି ନିର୍ବାଚନ ହାରିବା ପରେ ଏହା ତାଙ୍କର ଶେଷ ନିର୍ବାଚନ କହି ଲୋକଙ୍କ ସହାନୁଭୁତି ସାଉଁଟିବା ସହିତ ସେ ବର୍ଷେ ହେବ ଗାଁକୁ ଗାଁ ବୁଲି ଲୋକମାନଙ୍କ ନିକଟତର ହୋଇଥିଲେ । ଏପରିକି ନିର୍ବାଚନ ଘୋଷଣା ପରଠାରୁ ବିଜେଡି ବିଜେପିକୁ ପଳାଇଯାଇଥିବା ପୁରୁଣା କର୍ମୀମାନେ କଂଗ୍ରେସକୁ ଫେରିଆସିବାରୁ କଂଗ୍ରେସ ନିର୍ବାଚନ ଳଢ଼ିବାର ଶକ୍ତି ଫେରିପାଇଥିଲା । ଯାହାକୁ ନେଇ ଏଥର କଂଗ୍ରେସର ବିଜୟ ସୁନିଶ୍ଚିତ ହେବ ବୋଲି କଂଗ୍ରେସକର୍ମୀ ମାନେ କହିବୁଲିବା ସହିତ ଲୋକମାନଙ୍କ ମନରେ କଂଗ୍ରେସ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିକରିବାରେ ସଫଳ ହୋଇଥିଲେ । ଏପରିକି ଭୋଟ ହାର ମଧ୍ୟ ବଢ଼ାଇବାରେ ସଫଳ ହୋଇଥିଲା । ଯାହାଦ୍ୱାରାକି ଗତ ୨୦୧୯ ନିର୍ବାଚନରେ କଂଗ୍ରେସର ଜ୍ରଦେବ ଜେନା ମାତ୍ର ୪୫୬୫୭ ଖଣ୍ଡ ଭୋଟ ପାଇଥିବାବେଳେ ଚଳିତ ୨୦୨୪ ନିର୍ବାଚନରେ ୬୦୬୮୫ ଖଣ୍ଡ ଭୋଟ ପାଇ ପାରିଥିଲେ । କିନ୍ତୁ ବିଜେଡିରୁ ଟିକେଟ ମିଳିବାପରେ ଅଭିମନୁ୍ୟ ସେଠୀ ଜଣେ ର୍ନିବିବାଦୀୟ ବ୍ୟକ୍ତି ହୋଇଥିବାରୁ ବିଜେଡି ଛାମୁଆ ନେତା ଓ କର୍ମୀମାନେ ତାଙ୍କୁ ଆଦରି ନେଇଥିଲେ । ବିଜେଡିର ଅର୍ନ୍ତଦ୍ୱନ୍ଦକୁ ସଜାଡିବା ସହିତ ଲୋକଙ୍କ ସମର୍ଥନ ଜୁଟାଇବାରେ ସକ୍ଷମ ହୋଇପାରି ଥିଲେ । କିନ୍ତୁ କିଛି ବଡ ବଡ ନେତାଙ୍କ ବିରୋଧ ଯୋଗୁଁ ପୁର୍ବର ଭୋଟ ହାର ରଖିପାରି ନଥିଲେ । ଗତ ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡି ୮୯୮୫୦ ଖଣ୍ଡ ଭୋଟ ପାଇଥିବାବେଳେ ଚଳିତ ନିର୍ବାଚନରେ ତାହା ୭୧ହଜାର ୬୭୧ଖଣ୍ଡକୁ ଖସି ଆସିଥିଲା । ବିଜେଡିର ଗଡ ପାଲଟିଥିବା ନିର୍ଦ୍ଦିଷ୍ଟ କିଛି ପଞ୍ଚାୟତରେ ବିଜେଡିର ଭୋଟହାରରେ କୌଣସି ପରିବର୍ତ୍ତନ ନହେବା ଯୋଗୁଁ ବିଜେଡିର ବିଜୟ ସମ୍ଭବ ହୋଇପାରିଲା ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ବିଜେପିର ଭୋଟହାର ବୃଦ୍ଧି କଂଗ୍ରେସର ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ଗତ ୨୦୧୯ ନିର୍ବାଚନରେ ବିଜେପି ୩୧୫୫୪ କଣ୍ଡ ଭୋଟ ପାଇଥିବାବେଳେ ଚଳିତ ନିର୍ବାଚନରେ ୪୨୫୯୧ ଖଣ୍ଡ ଭୋଟ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଗତ ନିର୍ବାଚନ ଠାରୁ ୧୧ହଜାର ଭୋଟ ଅଧିକ ପାଇବା ଦ୍ୱାରା କଂଗ୍ରେୟସର ବିଜୟ ସ୍ୱପ୍ନ ପାଣିରେ ମିଳାଇ ଯାଇଛି । ବିଜେପି ବିଧାୟକ ପ୍ରାର୍ଥô ଆଲୋକ ସେଠୀଙ୍କ କହିବା କଥା ଯେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ କେବଳ ବିଜେପିର ସଂଗଠନ ଚାଲୁଥିଲା । ଆମେ ଆହୁରି ଅଥିକ ଭୋଟ ପାଇବା କଥା ବୋଲି କହିଛନ୍ତି । ଆଗାମି ଦିନରେ ଏହାର ସମୀକ୍ଷା କରାଯିବ ଓ ସଂଗଠନକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସର ଏପରି ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କଂଗ୍ରେସ କର୍ମୀମାନେ । ଦସବୁ ପ୍ରକାର ରଣ କୌଶଳ ଅବଲମ୍ବନ କରାଯାଇଥିଲେବି କେଉଁଠି କଂଗ୍ରେସର ରଣ କୌଶଳ କାମ ଦେଲାନି ତାହାର କାରଣ ଖୋଜିବାରେ କଂଗ୍ରେସ ନେତା ଓ କର୍ମୀମାନେ ବ୍ୟସ୍ତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ