ଚକ୍ରବ୍ୟୂହ ର ଚରିତ୍ରଲିପି
ମାୟାଧର ନାୟକ
ମହାଭାରତର ଚକ୍ରବ୍ୟୂହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମସମୟ ରଚକ୍ରବ୍ୟୂହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ – ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୂହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁଙ୍କୁ ନିଧନ କରାଯାଉଛି । ସାରା ପୃଥିବୀରତାରୁଣ୍ୟ ଏଇ ଚକ୍ରବ୍ୟୂହ ମଧ୍ୟରେ ତୀରବିଦ୍ଧ, ଅସିବିଦ୍ଧ ଅବସ୍ଥାରେ ଉର୍ଦ୍ଧଶ୍ୱାସ – ଅଥଚ ଏ ଅବସ୍ଥା ଦେଖିବାକୁ ଆଖି ନାହିଁ କି ସାକ୍ଷୀ ନାହିଁ । ଏହା ତେବେ କିଭଳିଚକ୍ରବ୍ୟୂହ? କେଉଁଠି ଯୁଦ୍ଧ ଚାଲିଛି ? କାହିଁକି?
ପ୍ରଶ୍ନ ପ୍ରଚୁର । ମାତ୍ରଉତର ନାହିଁ । ଯୁଆଡେ ଅନାଇବେ କେବଳ କବନ୍ଧ । ଗୋଟିଏ ବି ମୁହଁ କେଉଁଠି ଦିଶୁ ନାହିଁ । ମୁହଁ ଥିଲେସିନାକଥା ଶୁଣିବା, ମୁଖାଗୁଡାକ କଣ କହିବେ?ଆମ ଆଗରେ ଏବେ ଖାଲି ମୁଖାପିନ୍ଧା କୋଳାହଳକାରୀ ।
ମନର କଥା ନାଆଁନେଇ ଯାହା ସବୁ କୁହାଯାଉଛି ଆଉ ଶୁଣାଯାଉଛି – ସେସବୁ କଥା ମୁଖାର କଥା ।ଭାରି ଭଲ ଶୁଣାଯାଏ, କିନ୍ତୁ ସାମ୍ନାର ଶ୍ରୋତା ସମାଜକୁ ଭୁଲେଇ ଭାଲେଇ ନିଜ ମତଲବ ଚରିତାର୍ଥ ଚୋରା ସ୍ୱାର୍ଥଟାଏ ତା’ ଭିତରେ ଛପିରହିଛି ।ଏସବୁ ପ୍ରହସନ ଦିନୁଦିନ ବଢିଚାଲିଛି । ମୁଖାର କଥା ଶୁଣି ଏତେ ମୁଗ୍ଧ ହୋଇପଡୁଛୁ ଯେ ବେଶ୍ ଆରାମ୍ରେ ଆମେ ସବୁଶୋଇପଡୁଛୁ – ଘୁଂଘୁଡିମାରୁଛୁ – ନିଦରେ ସ୍ୱପ୍ନ ଦେଖୁଛୁ । ଶୋଇପଡୁଛୁ – ଶୋଇ ଶୋଇ ଏପରି ଅଭ୍ୟାସ ହୋଇଯାଇଛି ଯେ ଉଠିବାକୁଇଚ୍ଛା ନାହିଁ । ଘୁଂଘୁଡି ମାରୁଛୁ – ତେଣୁ ଶୟନ କକ୍ଷବାହାରେ ଯେ ଘଡଘଡି ଚଡଚଡି ମାରିଲାଣି ଶୁଭୁନାହିଁ । ସ୍ୱପ୍ନ ଦେଖୁଛୁ – ଏଣୁ ଚକ୍ରବ୍ୟୂହ ରଚନା କରି ଆଜିର ଅଭିମନ୍ୟୁମାନଙ୍କ ଅନ୍ତ ପାଇଁଚକ୍ରାନ୍ତ ଚଳାଇଥିବା କୁଟିଳ ଚେହେରା ଗୁଡାକ ଦିଶୁନାହିଁ । ଯଦି ଶୋଇବାର ଅଭ୍ୟାସ ଛାଡି ଉଠିବାକୁ ଆରମ୍ଭ କରିବା, ମୁଖା ଗୁଡାକୁ ଚିହ୍ନିପାରିବା । ଯଦି ଘୁଂଘୁଡି ଛାଡିଗର୍ଜିବାକୁ ପଣ କରିବା, ମୁଖାପିନ୍ଧା ମତଲବୀ ଗୁଡାକର ରଡି ପଛର ରହସ୍ୟ ଠଉରେଇ ପାରିବା । ଯଦି ସ୍ୱପ୍ନରେବାଉଳା ନ ହୋଇ ଆଖି ଫିଟାଇବା, ଭୟାବହବାସ୍ତବତାର ଅସଲ ଉଦ୍ଦେଶ୍ୟ ଗୁଡାକୁ ଚିହ୍ନଟ କରିପାରିବା ।ସମସ୍ତେ – ହଁ, ଆମେସମସ୍ତେ ପ୍ରତାରିତ ।
ମୁଖାର କଥା ଯେ ମନର କଥା ନୁହେଁ, କେତେ ସହଜରେ ବୁଝିଯିବାଭଳି ଏ ମିଛଟାକୁ ମହାସତ୍ୟମଣି ଏଯାବତ୍ ମୁଣ୍ଡେଇ ଚାଲୁଚୁ । ଆମରି ଏ ସରଳ ବିଶ୍ୱାସ ଯୋଗୁ ମିଛକୁ ମଣିମା ଆସନ ମିଳିଛି – ସତଟାମିଛ ଦ୍ୱାରାଜାରି କରାଯାଇଥିବା ବନବାସ ଆଜ୍ଞା ପାଳିକୋଉଠିକୋଉ ଅପନ୍ତରାର ଆପଦ ମଝିରେ ମଣିଷ ଖୋଜୁଛି ।ମିଛ ଦ୍ୱାରାସତ୍ୟ ପ୍ରତି ଏ ଶାସ୍ତି ବିଧାନକୁ ମାନିନେବା ପାଇଁ ଆମେ ଜନ୍ମ ହୋଇନାହୁଁ । ସ୍ୱାଧିକାର ଯଦି ମଣିଷର ଜନ୍ମଗତ ଅଧିକାର, ତା’ହେଲେସେଇ ଅଧିକାରକୁ ଆମେ ଆଜିଠାରୁ ପୁନ ଘୋଷଣା କରିବାର ସାହସ ପ୍ରଦର୍ଶନ କରିଚାଲିବା ଆମରଣ । ଅମଣିଷ ଦଳର ଅପଶକ୍ତି ପ୍ରଦର୍ଶନ ଆଗରେ ଆମର ଏ ଆମରଣ ସତ୍ସାହସ ପ୍ରଦର୍ଶନ ଦ୍ୱାରା ସତ୍ୟର ବନବାସ ଶେଷହେବ – ମନୁଷ୍ୟତ୍ୱର ଅଜ୍ଞାତବାସ ଅନ୍ତ ହେବ ।ଚକ୍ରବ୍ୟୂହରେ ପ୍ରବେଶକରିବା କୁ ରଥ ଆରୋହଣ ଯେପରି ପ୍ରୟୋଜନ, ଚକ୍ରବ୍ୟୂହରୁବାହାରି ଆସିବାକୁ ପଥ ଅନ୍ୱେଷଣ ସେହିପରି ଆବଶ୍ୟକ । ଏ ରଥରେ ଆମେ ରଥୀ, ମାତ୍ରସାରଥି ହେଉଛି ଆମର ସଂକଳ୍ପ । ଏ ପଥରେ ଆମେ ପଦାତି, ମାତ୍ର ସେନାପତି ହେଉଛି ଆମର ସୂକ୍ଷ୍ମ ବିଚାର ।
ସୂକ୍ଷ୍ମ ବିଚାର ବଦ୍ଧ ସଂକଳ୍ପ ସମ୍ମୁଖରେ ଚକ୍ରବ୍ୟୂହ ଦୀର୍ଘ ସମୟ ତିଷ୍ଠି ପାରେନା ।
ଚକ୍ର ବ୍ୟୂହ ରଚନା କରିଚାଲୁ ଥିବା ଚରିତ୍ରଗୁଡାକୁ ଆମେ ଚେତନାସ୍ତ୍ର ସହାୟତାରେ ଭୂଲୁଣ୍ଠିତ କରିଦେଇ ପାରିବା । ଏଇ ଚେତନାସ୍ତ୍ରର ଅଧିକାର ହୋଇପାରିଲେ ହିଁ ଆଜିର ‘ଅବର୍ଣ୍ଣନୀୟ’ ଓ ‘ଅଦୃଶ୍ୟମାନ’ ଚକ୍ରବ୍ୟୂହରଚରିତ୍ର ଅନାୟାସରେ ଚିହ୍ନଟହୋଇ ପାରିବ । ଜଳଜଳ ଦିଶିବ ଛଦ୍ମବେଶର ଛଳନା ସବୁ । ତା’ପରେ ବାକିକାମ ଆମର ।ଜଳ, ଜମି, ଜଙ୍ଗଲ । ଚାରିପଟେ ଦଳ, ଦଲାଲ୍, ଦଙ୍ଗଲ । ଇଏ ଚକ୍ରବ୍ୟୂହର ଗୋଟିଏ ଝଲକ ।
ଖେତ, ଖମାର, ଖଣି । ଆଖେପାଖେଖଳ, ଖଚଡ, ଖୁଣୀ । ଚକ୍ରବ୍ୟୂହର ଇଏ ଆଉଗୋଟିଏ ଦୃଶ୍ୟ ।
ଚରମାନେ ଚାରିଆଡେ ।ଚୋରମାନେ ଚାରିଆଡେ ।
ଚର ଆଉ ଚୋରମାନେ ଚରି ଯାଇଛନ୍ତି ସବୁଠି – ଚଳ୍ରବ୍ୟୂହ ତିଆରି ଚାଲିଛି ସବୁଠି । ରାଜନୀତି, ଅର୍ଥନୀତି, ସଂସ୍କୃତି – ସବୁ ଆଜି ପାଲଟି ଯାଇଛି ଚକ୍ରବ୍ୟୂହର ଚକବନ୍ଦି !ଆଜି ଶଗଡିଆକୁ ପଗଡିଆ ବାନ୍ଧିନେଉଛି, ମାତ୍ର ଦିଗୋଡିଆ ଦୁରାତ୍ମାମାନେ ପାଟଶିରିପା ଆଉ ପାଗପଗଡିବାନ୍ଧିମଠ, ମହଲ, ମସ୍ନଦ୍ ସବୁକିଛି ଅକ୍ତିୟାର କରିଯାଇଛନ୍ତି । ଆମେ ସ୍ୱପ୍ନାବିଷ୍ଟ ଅବସ୍ଥାରେ ଅଛୁବୋଲି ଆଜି ଏଇଭଳି ବିକଟାଳ ବାସ୍ତବତା ସାରା ଦୁନିଆଟାକୁ କରିସାରିଲାଣି ଚତୁର ଚଂଚକ ମାନଙ୍କ ଚକ୍ରବ୍ୟୂହ ।ଏଇଭଳି ଚକ୍ରବ୍ୟୁହ ରଚନା କରିଚାଲୁ ଥିବାଚରିତ୍ର ଗୁଡାକୁ ଆମେ ଚେତନାସ୍ତ୍ର୍ର ସହାୟତାରେ ଭୁଲୁଣ୍ଠିତ କରିପାରିବା । ଏହି ଚେତନାସ୍ତ୍ର୍ରର ଅଧିକାରୀହୋଇପାରିଲେହିଁ ଆଜିର ‘ଅବର୍ଣ୍ଣନୀୟ’ ଓ ‘ଅଦୃଶ୍ୟମାନ’ ଚକ୍ରବ୍ୟୁହରଚରିତ୍ର ଅନାୟାସରେ ଚିହ୍ନଟ ହୋଇପାରିବ । ଜଳଜଳ ଦିଶିବ ଛଦ୍ମବେଶରଛଳନାସବୁ ।ଆମେ ଭସ୍ମାସୁର ମାନଙ୍କୁ ଶାସନ ବ୍ୟବସ୍ଥା ସମର୍ପଣ କରିସାରିଛୁ । ଆମରି ସମ୍ମିଳିତ ସମର୍ଥନର ଶକ୍ତିରେ ସେମାନଙ୍କର ସୃଷ୍ଟି – ମାତ୍ରସେଶକ୍ତିର ପରୀକ୍ଷା ପାଇଁ ଆମକୁ ହିଁ ଆଗେ ଖର୍ବକରିଗର୍ବ ପ୍ରକଟକରୁଛନ୍ତି ସେମାନେ । ରାଜକୋଷ, ଜନକୋଷ ଆଜି ଅପ୍ରମିତ ଅପଚୟରେ ଆକ୍ରାନ୍ତ । ଅର୍ଥନୀତିକ ମାନ୍ଦାବସ୍ଥାକୁ ନେଇ ବିଦେଶୀତତ୍ୱର ନାଗରା ପିଟା ଯାଉଥିଲାବେଳେ ପୃଥିବୀର ସର୍ବାଧିକ ବ୍ୟୟରେ ନିର୍ମିତ ଦେଶୀ ପୁଞ୍ଜିପତିମୁକେଶ ଆମ୍ବାନିଙ୍କ ବାସଗୃହ ବାବଦରେ ରୋଚକ ବିବରଣୀ ପଢୁଛୁ । ଏଇଭଳି ଅଜସ୍ର ବିରୋଧାଭାସ ସଂପ୍ରତି ସ୍ପଷ୍ଟ । ଯେଉଁସମୟ ଆଜି ଆମେ ସାମ୍ନାକରୁଛୁ, ସେ ସମୟଐକ୍ୟବଦ୍ଧ ଅମଣିଷବର୍ଗ ଦ୍ୱାରାସରଳ ନିରୀହ ମଣିଷମାନଙ୍କ ମୂଲ୍ୟବୋଧକୁ ମୂଳପୋଛ କରିଦେଉଥିବାର ଦୁଃସମୟ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩