ଚକ୍ରୋଡା ପଂଚାୟତରେ ଗ୍ରାମୀଣ ପାଠାଗାର ଓ ଗ୍ରାମୀଣ ଉଦ୍ୟାନର ଶିଳାନ୍ୟାସ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତରେ ରବିବାର ପୂର୍ବାହ୍ନରେ ଏକ ଗ୍ରାମୀଣ ପାଠାଗାର ଓ ଏକ ଗ୍ରାମୀଣ ଉଦ୍ୟାନର ଶିଳାନ୍ୟାସ କରାଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚକ୍ରୋଡା ପଂଚାୟତ କାର୍ଯ୍ୟାଳୟ ନିକଟରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏକ ଗ୍ରାମୀଣ ଉଦ୍ୟାନ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଥିବା ବେଳେ ନରିଲୋ ଗ୍ରାମରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଗ୍ରାମୀଣ ପାଠଗାର ନିମନ୍ତେ ଶିଳାନ୍ୟାସ କରିଛନ୍ତି । ଏହି ଉଭୟ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂ, ସରପଂଚ ବସନ୍ତ କୁମାର ରାଉତ, ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ଜିପିଟିଏ ଶସ୍ମିତା ନାୟକ, ଜାନକୀବଲ୍ଲଭ ମହାନ୍ତି, ନିହାର ରଞ୍ଜନ ଜେନା, ଅମୀୟ ରଞ୍ଜନ ରାଉତ, ରାମଚନ୍ଦ୍ର ରାଉତ, ଚିତ୍ତରଞ୍ଜନ ସାହୁ, ଭୀକାରି ଚରଣ ଜେନା, ସଞ୍ଜୀବ କୁମାର ଜେନା, ବିପିନ ବିହାରି ପରିଡା, ଖଗେଶ୍ୱର ମୁଦୁଲି, ଉଦ୍ଧବ ଚରଣ ରାଉତ, ମହିମାରଞ୍ଜନ ରାଉତ, ରମାକାନ୍ତ ରାଉତ, ନଳିନୀକାନ୍ତ ବାରିକ, ୱାର୍ଡସଭ୍ୟ ରବିନ୍ଦ୍ର କୁମାର ସାମଲ, ଗଦାଧର ମଳିକ, ବାବାଜୀ ଜେନା, ନାୟବ ସରପଂଚ ବେବିନା ମଳିକ, ପ୍ରଦୀପ୍ତ କିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ