ଚକ୍ଷୁଦାନକରି ଅମର ହେଲେ ଟି.ସୁଭାଷ ଚନ୍ଦ୍ର ପାତ୍ର
ବ୍ରହ୍ମପୁର,(ଅନିଲ କୁମାର): ସହରର ସୋମନାଥନଗର ଦ୍ଵିତୀୟ ଗଲି ନିବାସୀ ଟି.ସୁଭାଷ ଚନ୍ଦ୍ର ପାତ୍ର ୮୧ ବର୍ଷ ବୟସରେ ରବିବାର ଭୋର ୪ ଘଣ୍ଟା ସମୟରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ସ୍ତ୍ରୀ ଶ୍ରୀମତୀ ଟି.ବିଜୟ ଲଷ୍ମୀ ପାତ୍ର, ପୁଅ ଟି.ବାଲାଜୀ ପାତ୍ର, ଟି.ଶିବାଜୀ ପାତ୍ର, ଝିଅ କେ.ମମତା ପାତ୍ର, ଇ. ଗୀତା ପାତ୍ର, କେ.ସଂଗୀତା ସେନାପତିଙ୍କ ସମ୍ମତି କ୍ରମେ ନିଜ ପିତାଙ୍କ ଚକ୍ଷୁଦୁଇଟିକୁ ଦାନ କରିବାକୁ ସ୍ଥିର କରି ଫ୍ରେଣ୍ଡସ ହେଲପିଙ୍ଗ କ୍ଳବକୁ ଜଣାଇଲେ । ଏମ୍.କେ.ସି.ଜି ହସ୍ପିଟାଲର ଚକ୍ଷୁ ବିଭାଗର ଡ. ବିବେକାନନ୍ଦ ସାହୁ ଓ ଡ. କିରଣ ରାଉତ ସକାଳ ୭ ଘଣ୍ଟା ସମୟରେ ପାତ୍ରବାବୁଙ୍କ ବାସଭବନ ଠାରେ ଚକ୍ଷୁ ଦୁଇଟିକୁ ବାହାର କରିଥିଲେ। ପରିବାରର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସ୍ତ୍ରୀ ଶ୍ରୀମତୀ ଟି. ବିଜୟଲଷ୍ମୀ ତାଙ୍କ ସ୍ୱାମୀଙ୍କ ମୃତ୍ୟୁପରେ ଚକ୍ଷୁଦୁଇଟିକୁ ଅନ୍ଧ ବ୍ୟକ୍ତିଙ୍କଠାରେ ପ୍ରତ୍ୟାରୋପଣ ଉଦ୍ଦେଶ୍ୟରେ ଦାନ କରିଥିଲେ । ମୃତ୍ୟୁପରେବି ତ.ସୁଭାଷ ଚନ୍ଦ୍ର ପାତ୍ର ଅମର ରହିଲେ। ଫ୍ରେଣ୍ଡସ ହେଲପିଙ୍ଗକ୍ଳବର ଜାମି ରବି କୁମାର, କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି, ଇ.ଜଗଡ଼ିଶ୍ୱର ରାଓ, ଭି.ଭେଙ୍କଟରତ୍ନମ ରାଜୁ,ବି.କୃଷ୍ଣ ପ୍ରସାଦ ସୁବୁଦ୍ଧି,ପି.ଶ୍ରୀନିବାସ ରାଓ, ଜାମି ରବିକୁମାର ସୁବୁଦ୍ଧି,କେ.ନନ୍ଦେଷୁ ସେନାପତି ସହଯୋଗ କରିଥିଲେ।ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଅଦମ୍ୟ ଚେଷ୍ଟା ଓ ପ୍ରେରଣା ଫଳରେ ଚଳିତ ମାସର ଏହା ପ୍ରଥମ ହୋଇଥିବାବେଳେ ଚଳିତ ବର୍ଷ ପନ୍ଦର ତମ ଚକ୍ଷୁଦାନ କରିଥିବା ଚକ୍ଷୁଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଜମ୍ମୁଲା ସୁରେଶ ଜଣାଇଛନ୍ତି।