ଚକ୍ଷୁଦାନ ପକ୍ଷପାଳନର ୫ମ ଦିବସରେ ସଚେତନତା

ବ୍ରହ୍ମପୁର,(ଅନିଲ କୁମାର):ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ,ବ୍ରହ୍ମପୁର ଚକ୍ଷୁଦାନ ପକ୍ଷପାଳନର ୫ମ ଦିବସରେ ବ୍ରହ୍ମପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ସଚେତନତା କାର୍ଯ୍ୟକ୍ରମ ପ୍ରଚାର ପତ୍ର ବଣ୍ଟନ, ପଥପ୍ରାନ୍ତସଭା ଓ ପଦଯାତ୍ରା ମାଧ୍ୟମରେ କରାଯାଇଛି। ପୁରୁଣା ବସ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଅବସରପ୍ରାପ୍ତ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ବି.ନାଗେଶ୍ୱର ରାଓ ସୁବୁଦ୍ଧି ଉପସ୍ଥିତ ରହି ଫ୍ରେଣ୍ଡସ ହେଲପିଙ୍ଗ କ୍ଳବକୁ ପ୍ରଶଂସା କରିଥିଲେ। ଚକ୍ଷୁଦାନର ବିଭିନ୍ନ ଦିଗ ବିଷୟରେ ବୁଝାଇଥିଲେ । ଦେଶରୁ ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ନିତାନ୍ତ ଆବଶ୍ୟକ। ମୃତ୍ୟୁପରେ ଚକ୍ଷୁ ଦାନ କରାଯାଏ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖିର ସ୍ୱଚ୍ଛ ପଟଳ( କୋରନଆ )କୁ ହିଁ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରଯାଏ। ମୃତ୍ୟୁ ପରେ ପରେ ଚକ୍ଷୁଦାତାଙ୍କ ଦୁଇଆଖିକୁ ଓଦା ରଖିବା ପାଇଁ ଆଖିରେ ଓଦା ତୁଳା ବା କନା ରଖିବାକୁ ପଡିଥାଏ ଓ ପଙ୍ଖା ବନ୍ଦ କରିବାକୁ ହୋଇଥାଏ। ତାଲିମ ପ୍ରାପ୍ତ ଚକ୍ଷୁ ଡାକ୍ତର ଚକ୍ଷୁର ସ୍ଵଛପଟଳ କେବଳ ପନ୍ଦର ମିନିଟ ମଧ୍ୟରେ ସଂଗ୍ରହ କରିବାପରେ ତାହା ସୁରକ୍ଷିତ ଭାବେ ରଖାଯାଏ ଓ ୭ ଦିନ ମଧ୍ୟରେ ଅପେକ୍ଷାରତ କର୍ଣ୍ଣିଆଜନିତ ଦୃଷ୍ଟଶକ୍ତିବାଧିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଥାଏ । ବର୍ତମାନ ବିଜ୍ଞାନର କରାମତି ଯୋଗୁଁ ଗୋଟିଏ କାର୍ଣ୍ଣିଆ ୬ ଜଣଙ୍କ ପାଖରେ ମଧ୍ୟ ପ୍ରତିରୋପଣ କରାଯାଉଥିବା କହିଥିଲେ। ବର୍ତ୍ତମାନ ବ୍ରହ୍ମପୁର ମେଡିକାଲରେ ଥିବା ଚକ୍ଷୁ ବେଙ୍କରେ ଦାନ ଚକ୍ଷୁକୁ କେବଳ ୭ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରୁଛି। ଏହାକୁ ଉନ୍ନତମାନର କରିବାକୁ ପ୍ରଚେଷ୍ଟା ଚାଲିଥିବା ସୁଚାଇଥିଲେ। ବଡ ଖୁସିର କଥା ଯେ ଲୋକଙ୍କ ମୃତ୍ୟୁପରେ ସେମାନଙ୍କ ପରିଜନ ସ୍ୱତଃପ୍ରବୃତ ଭାବେ ଚକ୍ଷୁଦାନ କରିବାକୁ ଆସୁଛନ୍ତି। ଯାହାଫଳରେ ବ୍ରହ୍ମପୁର ମେଡିକାଲ ଚକ୍ଷୁଦାନ ଓ ପ୍ରତିରୋପଣରେ ଓଡ଼ିଶାରେ ଶୀର୍ଷ ସ୍ଥାନରେ ରହିଛି ବୋଲି ସୂଚାଇ ଥିଲେ। କ୍ଲବର ପୂର୍ବତନ ସଭାପତି ଇ.ଟି.ରାଓ, ପ୍ରଶାନ୍ତ କୁମାର ପାତ୍ର,ସଭ୍ୟ କେ ନନ୍ଦେଷୁ ସେନାପତି ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଯେ.ସୁରେଶ, ପି.କିରଣ କୁମାର, କେ.ପୁରୁଷୋତ୍ତମ ସୁବୁଦ୍ଧି, ଇ.ଡି.ପାତ୍ର, ସିଏଚ.ଶିବପ୍ରସଦ ରାଓ, ଜେ.ନାଗେଶ୍ୱର ରାଓ, ଏସ.ଶ୍ରୀନିବାସ ରାଓ ଇ.ଜଗଡ଼ିଶ୍ୱର ରାଓ, ପି.ସତୀଶ କୁମାର ,ଟି.ଗୋପୀ ଓ ବହୁ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।🙏

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ