ଚକ୍ଷୁ ଚିକିତ୍ସା ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) :ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭଣ୍ଡାରିପୋଖରୀ କୁଲଣା ସ୍କୁଲ ଠାରେ ଏକ ମାଗଣା ମୋତିଆବିନ୍ଦୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଵିଶ୍ଵଜିତା ଗିରି ଏହାକୁ ଉଦଘାଟନ କରିଥିଲେ । ଏଥିରେ ଟ୍ରଷ୍ଟ ପ୍ରତିଷ୍ଠାତା ତ୍ରିଲୋଚନ ଦାସ, ସମ୍ପାଦିକା ପୂଜାରାଣୀ ବେହେରା, ଉପସଭାପତି ଅଜୟ କୁମାର ରାଉତ, ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ମୋଟ ୨୩ଜଣ ଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା । ଏହାସହିତ ୧୦୦ରୁ ଅଧିକ ଲୋକଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ଏହାକୁ ଅଶ୍ଵିନୀ କୁମାର ଭାରତୀ, ରବିନ୍ଦ୍ର ନାୟକ, ରତିକାନ୍ତ ନାୟକ, ଵିନୋଦ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।


