ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ହରିଡାଖଣ୍ଡି ଛକ ନିକଟରେ ଥିବା ବିଶ୍ଵକର୍ମା ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅମ୍ଭିକା ବାହିନୀ ସେବା ସଂସ୍ଥା ତରଫରୁ ତାଙ୍କରି ସେବା ସଂସ୍ଥାର ପୂର୍ବତନ ସଭାପତି ସ୍ବର୍ଗତ ଗୌରଚନ୍ଦ୍ର ପାଢୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ବି ନାଗେଶ୍ବର ସୁବୁଦ୍ଧି ଏବଂ ତାଙ୍କରି ସହଯୋଗିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବକ୍ସିଂ ଫେଡେରେସନର ସଭାପତି ତଥା ସ୍ବ ଶକ୍ତି ଜାଗରଣ ସେବା ସଂସ୍ଥାନର ପ୍ରତିଷ୍ଠାତା ପୂଜନୀୟ ଶ୍ରୀ ଗୁରୁଜୀ କ୍ରୀଷ୍ଣା ଭାୟାଜୀ ମହାରାଜ ପ୍ରଦୀପ ପ୍ରଜଳନ କରି ଚିକିତ୍ସା ଶିବିରକୁ ଉଦଘାଟନ କରିଥିଲେ ।ପୂଜନୀୟ ଗୁରୁଜୀ ନିଜ ବକ୍ତବ୍ଯରେ ନର ସେବା ହିଁ ନାରାୟଣ ସେବା ଓ ଦୃଷ୍ଟି ଶକ୍ତି ହେଉଛି ସଂସାରରେ ସବୁଠାରୁ ଅମୂଲ୍ୟ ସମ୍ପଦ ଚିକ୍ଷୁ ବିନା ଯେତେ ଧନ ତହା ନିରତଃକ। ଅମ୍ଭିକା ବାହିନୀ ସେବା ସଂସ୍ଥାର ସଭାପତି ସୁଧାଂଶୁ ବାଳା ପାଣିଗ୍ରାହୀଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନିଲ କୁମାର ଚୌଧୁରୀ ,ଅଜିତ ପଣ୍ଡା, ଅସିତ ସାବତ, ବି ଦୁର୍ଗା ରାଓ, ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିର ର ସୁପରିଚାଳନା କରିଥିଲେ । 65ଜଣ ରୋଗୀଙ୍କ ବିଭିନ୍ନ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ 8ଜଣଙ୍କୁ ଚିହ୍ନଟ କରି ଅପରେସନ ପାଇଁ ବ୍ୟବସ୍ଥା କରାଯାଇଛି । ହରି ସେଠୀ, ସନ୍ତୋଷ କୁମାର ସାହୁ,ଅନିଲ ବିଷୟୀ,ରଂଜନ ପାଢୀ ଓ ବିଶ୍ଵକର୍ମା ମନ୍ଦିର ଉନ୍ନୟନ କମିଟି ସଭାପତି ଦେବହରି ମହାରଣା, ସଂପାଦକ ଶଙ୍କର ମହାରଣା, କଷାଧକ୍ଷକ ପ୍ରଫୁଲ ମହାରଣା, ରାଜେନ୍ଦ୍ର ମହାରଣା, ପ୍ରଶାନ୍ତ ମହାରଣାଙ୍କ ସମେତ ଅମ୍ଭିକା ବାହିନୀର ବହୁ ସଦସ୍ୟ ଓ ମନ୍ଦିର କମିଟିର ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ସହାୟତା କରି ଶିବିରର ସୁପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ