ଚଞ୍ଚକତା କରି ଅନ୍ୟଜଣଙ୍କ ଜମିକୁ ବିକ୍ରୀ କରିଦେବାକୁ ମସୁଧା କରୁଥିବା ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଭ୍ରମରଦିଆପାଟଣା ମୈାଜାର କୁମୁଦିନୀ ପାଢୀଙ୍କ ଜମିକୁ (ଖାତା ନମ୍ବର-୩୭/୧ ଓ ପ୍ଲଟ ନମ୍ବର -୧୪୧) ସେହି ମୋଜାର ଜନୈକ ମହିଳା ଓତାଙ୍କ ଦୁଇପୁଅ ନିକିରାଇସ୍ଥିତ ରୀନା ମଣ୍ଡଳଙ୍କ ଠାରୁ ଟଙ୍କା ଆଣି ବିକ୍ରୀ କରିଦେବାକୁ ପ୍ରତିଶୃତି ଦେଇ ଜୋରଜବରଦସ୍ତ ସେହି ପ୍ଲଟ ଉପରେ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । କୁମୁଦିନୀ ବାହାରେ ରହୁଥିବାରୁ ଏହି ଜମିର ଦେଖାଶୁଣା ଓ ସୁରକ୍ଷା କରିବାକୁ ତାଙ୍କର ଦୁଇଭାଇ ବିଜୟ କୁମାର ଦାସ ଓ ରାଜେନ୍ଦ୍ର କୁମାର ଦାସଙ୍କୁ ଦେଇଥିଲେ । ତେଣୁ ବିଜୟ ଓ ରାଜେନ୍ଦ୍ର ତାଙ୍କ ଭଉଣୀଙ୍କ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଉଥିବା ଗୃହ କାର୍ଯ୍ୟକୁ ବିରୋଧ କଲେ । କିନ୍ତୁ ସଂପୃକ୍ତ ମହିଳା ଓ ତାଙ୍କ ଦୁଇ ପୁଅ ବିଜୟ ଓ ରାଜେନ୍ଦ୍ରଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡମାରିଥିଲେ । ଏନେଇ ବିଜୟ ଟାଉନ ଥାନାରେ ଲିଖିତ ଅଭିଯୋଗ କଲେ । କିନ୍ତୁ କୈାଣସି ସୁଫଳ ନମିଳିବାରୁ କୁମୁଦିନୀ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ କୋର୍ଟରେ ୧୪୪ଧାରା ଜାରି ପାଇଁ ଏକ ଫୈାଜଦାରୀ ମିସ ପିଟିସନ ଦାଏର କରିଛନ୍ତି । କୋର୍ଟ ଏହି ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଟାଉନ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସେହି ପରିବାର ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପଛପାଶ୍ୱର୍ରେ ଥିବା ଏକ ସରକାରୀ ଜମିକୁ ଜବରଦଖଲ କରି ସେହି ଜମି ଉପରେ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ବେଆଇନ ଭାବେ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି ।