ଚଟାଣରେ ବସି ଖାଇବାର ଉପକାରିତା

ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ତଳେ ବସି ଖାଇବା ଏକ ପ୍ରକାର ଲୋପ ପାଇସାରିଲାଣି । ଘରେ ଘରେ ଏବେ ଡାଇନିଂ ସେଟ୍ । ଏମିତି ଖୁବ୍ କମ୍ ଲୋକ ଥିବେ ଯିଏ ଚଟାଣ ଉପରେ ବସି ଭୋଜନ କରୁଥିବେ । ମାତ୍ର ଜାଣିବାକୁ ମିଳିଛି ଯେ ଚଟାଣ ଉପରେ ବସି ଖାଇବାର ବହୁ ଫାଇଦା ରହିଛି । ସେସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।
ଭଲ ହଜମ ହୋଇଥାଏ । ବ୍ୟକ୍ତି ସକ୍ରିୟ ରହେ । ଫଳରେ ଶରୀର ଫୂର୍ତ୍ତି ଲାଗେ ।
ଓଜନ କମାଇବାରେ ସାହାଯ୍ୟ କରେ । ଶରୀରକୁ ଚର୍ବି ଲାଗିବାରୁ ବଞ୍ଚାଏ ।
ଗୋଡ଼କୁ ଗୋଡ଼ ଛନ୍ଦି ବସିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ନାନା ରୋଗ କମ୍ ହୋଇଥାଏ ।
ପରିଣତ ବୟସରେ ଚଲାଚଲି କରିବାରେ ବିଶେଷ ଅସୁବିଧା ହୋଇନଥାଏ ।
ସୁଖାସନରେ ବସି ଖାଇବା ଦ୍ୱାରା ଶରୀର ଚଳଚଞ୍ଚଳ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ