ଚଡକରେ ଯୁବକ ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ତିରିଂଥାନା’ ଅଧିନ ଝରାଡିହି ଫାଣ୍ଡି ଅନ୍ତର୍ଗତ ସାପଘେରା ଗ୍ରାମର ପଡା ଗ୍ରାମ ରାଖାସାହି ଗ୍ରାମର ୪୦’ ବର୍ଷ ବୟସ୍କ ବ୍ୟକ୍ତି ଲକ୍ଷ୍ମଣ ମାଝୀ ପିତା ରାମଚ ସହନ୍ଦ୍ର ମାଝୀଙ୍କ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଭୋର ପାଖାପାଖି ୪’ଟା ସମୟରୁ ବିଜୁଳି ଘଡଘଡି କୂଆପଥର ସହ ବର୍ଷା ଆରମ୍ଭ ହୋଇଥିଲା । ତେବେ ଝଡବର୍ଷା ଟିକିଏ କମିଥିବାବେଳେ ଶୌଚ ହେବାକୁ ଯାଇ ଗୋଟିଏ ଗଛ ମୂଳରେ ଥିବା ସମୟରେ ବଜ୍ରାଘାତରେ ଲକ୍ଷ୍ମଣ ଟଳି ପଡିଥିଲେ । ଏନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲାରେ କେଶ୍ ନଂ ୦୩/୨୨’ ରେ ମାମଲା ରୁଜୁ ହୋଇଥିବାବେଳେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିଜନ’ଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ