ଚଢ଼ା ଦରରେ ପିଡିଏସ୍ କିରୋସିନ ବିକ୍ରିକୁ ନେଇ ଅସନ୍ତୋଷ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଚଢ଼ା ଦରରେ ପିଡିଏସ୍ କିରୋସିନ ବିକ୍ରିକୁ ନେଇ ଅସନ୍ତୋଷ ଦେଖାଯାଇଛି। ପୂର୍ବରୁ କିରୋସିନ ୩୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଏବେ ଲକ୍‌ଡାଉନ ଯୋଗୁ ରାଶନ କାର୍ଡ଼ ହିତାଧିକାରୀଙ୍କୁ ୧୮ଟଙ୍କାରେ ଏହା ଦିଆଯିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଦାରିଙ୍ଗବାଡି ଅଞ୍ଚଳରେ ପୂର୍ବଭଳି ହିତାଧିକାରୀଙ୍କୁ ଲିଟର ପିଛା ୩୦ଟଙ୍କାରେ ବିକ୍ରି କରାଯାଉଥିବା ବାଡାବାଙ୍ଗା ପଞ୍ଚାୟତର ଲଳିତା ପ୍ରଧାନ, ପ୍ରଣୀତା ପ୍ରଧାନ, ରୁବତି ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପୂର୍ବରୁ ୨୪ ହଜାର ଲିଟର ଉଚ୍ଚ ଦରରେ କିରୋସିନ ଅଣାଯାଇଥିଲା। ତାହା ସରିବା ପରେ ୧୮ଟଙ୍କିଆ କିରୋସିନ ବଣ୍ଟନ କରାଯିବ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ