ଚଣାପଦରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତର ଚଣାପଦର ସାହିରେ ଷଷ୍ଠ ବାର୍ଷିକୀ ଅଷ୍ଟ ପ୍ରହରୀ ନାମ ଯଜ୍ଞ ସହ ପଞ୍ଚ ମହାଯଜ୍ଞ କାର୍ଯ୍ୟକ୍ରମ ମହା ଆଡ଼ମ୍ବର ସହ ଉଦଯାପିତ ହୋଇ ଯାଇଛି। ପ୍ରଥମେ ନାମ ଯଜ୍ଞ ମଣ୍ଡପ ସ୍ଥଳରୁ ଏକ ସୁସଜ୍ଜିତ ରଥରେ ରାଧାକୃଷ୍ଣ ମୃଣ୍ମୟ ମୂର୍ତ୍ତିକୁ ବସାଇ ଯଥା ବିଧି ପୂର୍ବକ କଳସ ଯାତ୍ରା,ଗଙ୍ଗା ଆବାହନ ଓ ମା ପାଟ୍ଟଖଣ୍ଡାଙ୍କ ନିକଟରେ ପୂଜାର୍ଚ୍ଚନା କରି ପାରମ୍ପରିକ ବାଦ୍ୟ,ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତ ରବିନ୍ଦ୍ର ଶତପଥୀ ଓ ଶ୍ରୀଧର ତ୍ରିପାଠୀଙ୍କ ଦ୍ଵାରା କାର୍ଯ୍ୟ ସମାପନ କରି ନାମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳରୁ ୧୫ ଟି ନାମ ସଂକୀର୍ତ୍ତନ ଦଳ ଯୋଗ ଦେଇଥିବା ବେଳେ ଅନ୍ନଯଜ୍ଞ,ଘୃତ ଯଜ୍ଞ ସହିତ ଶେଷରେ ଧର୍ମ ସଭା ଅନୁଷ୍ଠିତ ହୋଇ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଧର୍ମ ସଭାରେ ବାବା ଅନଳ ଦଣ୍ଡସେନା ଯୋଗ ଦେଇ ଗୀତା,ଭାଗବତ ଓ ନାମ ମହିମା ଉପସ୍ଥିତ ଭକ୍ତଙ୍କୁ ପ୍ରବଚନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ରଙ୍କ ସମେତ ଅନ୍ୟାନ୍ୟ ଦଳର ମାନ୍ୟ ଗଣ୍ୟ ବିଶିଷ୍ଟ ବ୍ୟକ୍ତି, ନେତୃ ସ୍ଥାନୀୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରି ଦର୍ଶନ କରିଥିବା ବେଳେ ଅଷ୍ଟ ପ୍ରହରୀ ନାମ ଯଜ୍ଞ କମିଟି ସଭାପତି ତଥା କର୍ତ୍ତା ଦେବରାଜ ପାତ୍ର, ଆବାହକ ଶ୍ରୀକୃଷ୍ଣ ବେହେରା, ସଂପାଦକ ହିମାଂଶୁ କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସୁକାନ୍ତ କୁମାର ସେନାପତି, ବରିଷ୍ଠ କର୍ମକର୍ତ୍ତା ସୀତାରାମ ପାତ୍ର, ଅଚ୍ୟୁତ ବେହେରା, ଚନ୍ଦନ ପଣ୍ଡା, ମାନସ ବିଶିମାଝି, ସଚିତା ସାହୁ,ସାରୁ ବିଶିମାଝି,ଶଙ୍କର ପଲେଇ, ଦିଲୀପ ସାହୁ, ସନ୍ତୋଷ ସାହୁ,ପ୍ରଭାତ ଶତପଥୀ,ଶରତ ବିଶିମାଝି, ଭାଗବତ ସାହୁ, ପ୍ରତାପ ଦିଗାଲଙ୍କ ସମେତ ସାହିର ସମସ୍ତ ଅଧିବାସୀ,ମିଶନ ଶକ୍ତି ମହିଳାମାନେ ଓ ଯୁବ ଗୋଷ୍ଠୀ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ