ଚଣ୍ଡିଖୋଲ କୋର୍ଟର ନୂତନ ସିଭିଲ୍ ଜଜ୍ ଭାବେ ଶ୍ରୀମତୀ ଇପସିତା ମହାନ୍ତିଙ୍କ କାର୍ଯ୍ୟଭାର ଗ୍ରହଣ
ଯାଜପୁର, (ଯୁଗାଦ୍ଦ ନ୍ୟୁଜ) ଚଣ୍ଡିଖୋଲ କୋର୍ଟର ନୂତନ ସିଭିଲ୍ ଜଜ୍(ଜୁନିୟର ଡିଭିଜନ୍) ତଥା ଜେଏମଏଫସି ଭାବେ ଶ୍ରୀମତୀ ଇପସିତା ମହାନ୍ତି ଆଜି ଯୋଗ ଦେଇ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପାରମ୍ପରିକ ଭାବେ ଚଣ୍ଡିଖୋଲ କୋର୍ଟ୍ ବାର୍ ଆସୋସିଏସନ ପକ୍ଷରୁ ଆଜି ଶ୍ରୀମତୀ ମହାନ୍ତିଙ୍କୁ ବାର୍ ରୁମ୍ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆସୋସିଏସନର ସଭାପତି ଜନ୍ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଇନଜୀବୀ ଉଦୟନାଥ ସାହୁ ସମ୍ପାଦକ ଭାବେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ତାଙ୍କୁ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚଣ୍ଡିଖୋଲ କୋର୍ଟର ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ତଥା ସହକାରୀ ଦୌରା ଜଜ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର ଯୋଗଦେଇ ତାଙ୍କୁ ସ୍ୱାଗତ କରିବା ଅବସରରେ ବାର୍ ଓ ବେଞ୍ଚ ମଧ୍ୟରେ ସୁସମ୍ପର୍କ ରକ୍ଷା କରି କୋର୍ଟ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଉପ ସଭାପତି ନିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାର୍ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ସଦସ୍ଯ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।