ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୩
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୩ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ କାଞ୍ଚନ ଫାଉଣ୍ଡେସନର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୋ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ, ପାରାଦ୍ୱୀପ ଫସପେଟ ଲିମିଟେଡ଼ର କର୍ପୋରେଟ ଆଫେୟାର୍ସର ମୁଖ୍ୟ ସୁଧିରଞ୍ଜନ ମିଶ୍ର, ବିଶିଷ୍ଟ ଉଦ୍ୟୋଗପତି ଡଃ ଶୁଭାଶିଷ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ କର୍ପୋରେଟ ଜଗତର ୧୫ଜଣ ବିଶିଷ୍ଟ ଉଦ୍ୟୋଗପତିଙ୍କୁ କାଞ୍ଚନ କର୍ପୋରେଟ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି, ବିଜୁ ଜନତା ଦଳର ମୁଖପାତ୍ର ଇସ୍ପିତା ସାହୁ, ବିଶିଷ୍ଟ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢୀ, ନାରାୟଣ ବେହେରା, ଜିତୁପ୍ରସାଦ ମଲ୍ଲିକ, ଶ୍ରୀଲିପି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶୁଭୋଜିତ ପଣ୍ଡା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ବିଶ୍ୱଜିତ ସାମନ୍ତରାୟ, ଦୀପକ କୁମାର ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ ।


