ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚରେ ଲେବର ସ୍ପୋଟିଂ କ୍ଲବ ୫-୧ରେ ବିଜୟୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ଙ୍କ ଅଧ୍ୟକ୍ଷତାରେ ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାର କ୍ରୀଡାର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ କ୍ରୀଡା ଭିତ୍ତିଭୂମୀର ବିକାଶ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡାର କ୍ରୀଡାବୀତମାନେ ରାଜ୍ୟ, ଦେଶ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ କୃତିତ୍ୱ ହାସଲ କରି ଆମ ଜିଲ୍ଲା ପାଇଁ ସୁନାମ ଅର୍ଜ୍ଜନ କରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଜେପି ନେତା ତେଜେଶ୍ୱର ପରିଡା, ଡଃ. କଳ୍ପନା ମଲ୍ଲିକ ଓ ସୁନାକର ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ସେକ ମୁସ୍ତର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଭୁବନେଶ୍ୱର କିଟ ବିଶ୍ୱ ବିଦ୍ୟାଳୟକୁ ୫-୧ଗୋଲରେ ହରାଇ ବିଜୟୀ ହୋଇଥିଲା । ଓଡିଶା ଫୁଟବଲ ସଙ୍ଘର ରାଜ୍ୟ ରେଫରୀ ସେକ ମୋକିମ, ମାନସ ବିଶ୍ୱାଳ ଓ ମହମ୍ମଦ ସକଲେମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ କେନ୍ଦ୍ରାପଡା ଲେବର ସ୍ପୋଟିଂ କ୍ଲବ ସହିତ କେନ୍ଦ୍ରାପଡା ଚାନ୍ଦ କ୍ଲବର ମୁକାବିଲା ହେବ । ଅନ୍ୟମାନଙ୍କ ମଧ୍ୟରେ ସୟଦ ଅବଦୁଲ ସତ୍ତାର, ସୟଦ ଅକମଲ ଅଲ୍ଲୀ, କ୍ଲବର ବରିଷ୍ଠ ସଦସ୍ୟ ମହମ୍ମଦ ନିୟାଜ, ମୀର ବକାଉଲ୍ଲା, ମୀର ଫାରୁକ, ଓସିଉଲ୍ଲା ଖାନ, ସେକ ମୁସ୍ତର, ସେକ ଅକ୍ତର, ସେକ ଗୋପ୍ରାନ, ଜାହିଦ ଖାନ, ମୀର ଜରାର, ମହମ୍ମଦ ଆଝାରୁଦ୍ଦିନ, ଜୁମା ଖାନ, ମୀର ଅବୁସନା, ସେକ ସଫାତୁଲ୍ଲା, ଅକିଲ ଅହେମ୍ମଦ, ମୀର ସଲିମ, ୟାସିର ଆରାଫତ, ଅବଦୁଲ ମଲ୍ଲିକ, ସେକ ଆଦିଲ ଇକବଲ, ସେକ ଫରିତଉଦ୍ଦିନ, ତାଜୁ ଖାନ, ସେକ ଅକିଲ ଇକବାଲ, ରିୟାଜତ ଅଲ୍ଲୀ, ବୁରାନ ଅଲ୍ଲୀ, ୟୁସୁଫ ଖାନ, ୟାକୁବ ଖାନ, ସେକ ସିରାନ ଅଲ୍ଲୀ, ଇବ୍ରାହିମ ଖାନ, ମହମ୍ମଦ ଜାକିର, ଆୟାଜ ମହମ୍ମଦ,କଲିମ ଖାନ, ଅବଦୁଲ ମଜିଦ, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର ସଦାମ, ସେକ ଖଲିଲ, ବାସା ଖାନ, ମହମ୍ମଦ ଇଲିଆସ ଖାନ ପ୍ରମୁଖ ମ୍ୟାଚ ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।