ଚତୁର୍ଥ ଥର ପାଇଁ ବିଧାୟକ ହେଲେ ଅଶ୍ୱିନୀ

ଜଳେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ର ବିଧାୟକ ଭାବେ ୪ର୍ଥ ଥର ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ବିଜୟ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରାର୍ଥୀ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଠାରୁ ୩୫ ହଜାର ୪୪୩ ଖଣ୍ଡ ବ୍ୟବଧାନରେ ବିଜୟ ହୋଇ ଉତ୍ତର ଓଡ଼ିଶାରେ ରେକର୍ଡ଼ ସୃଷ୍ଟି କରିଥିବା ଜଣାପଡ଼ିଛି । ସମୁଦାୟ ୧ ଲକ୍ଷ ୭୬ ହଜାର ୫୭୯ ଖଣ୍ଡ ପଡ଼ିଥିବା ଭୋଟ ମଧ୍ୟରୁ ଅଶ୍ୱିନୀ ୮୫ ହଜାର ୪୩୫ ଖଣ୍ଡ, ଜୟନାରାୟଣ ୪୯ ହଜାର ୯୯୨ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ଦାସ ୩୫ ହଜାର ୨୬ ଖଣ୍ଡ ଭୋଟ ପାଇଥିବା ସ୍ଥଳେ ଅନ୍ୟ ୬ ଜଣ ପ୍ରାର୍ଥୀ ଖୁବ୍ କମ୍ ଭୋଟ ପାଇଥିବା ଜଣାପଡ଼ିଛି । ବିଧାୟକ ଅଶ୍ୱିନୀ କୁମାର ପାତ୍ର ବିଜୟର ଶ୍ରେୟ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଭୋଟର ଭାଇ,ଭଉଣୀ ଓ ଜନସାଧାରଣଙ୍କୁ ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ଅଶ୍ୱିନୀ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ବିଶେଷକରି ଶିକ୍ଷା,ସ୍ୱାସ୍ଥ୍ୟ,କୃଷି,ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଧାନ୍ୟ ଦେବେ ବୋଲି ପ୍ରକାଶ ବିଧାୟକ ପାତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ