ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ୟେଦୁରାପ୍ପା
ବେଙ୍ଗାଲୁରୁ ; କର୍ଣ୍ଣାଟକରେ ପୁଣୀ ଥରେ ଚତୁର୍ଥଥର ପାଇଁ ବିଜେପିର ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦ ପାଇଁ ଜୋରସୋର ପ୍ରୟାସ କରିଛି ବିଜେପି । ଦୀର୍ଘ ୧୪ ମାସର ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିବା ବେଳେ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ । ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ୟେଦୁରପ୍ପା ଚତୁର୍ଥ ଥର ହେବେ ବୋଲି ନିଶ୍ଚିତ ହୋଇସାରିଛି । ୭୫ ବର୍ଷ ବୟସ୍କ ୟେଦୁରପ୍ପା ଏହି ନାଟକର ମୁଖ୍ୟଧର ବୋଲି କୁହାଯାଉଛି । ୟେଦୁରପ୍ପା ମେ ମାସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲେ । ବହୁ ଦିନ ଧରି ଦିନ ଘୁଞ୍ଚି ଘୁଞ୍ଚି ଚାଲିଥିବା ସମୟରେ ର ମେଣ୍ଟ ସରକାର ଓ ରାଜ୍ୟପାଳ ଓ ବାଚସ୍ପତିଙ୍କ ଡେଡ୍ ଲାଇନ କ୍ରସ ହୋଇଥିଲା । ବହୁ ଦିନର ବାଦ ବିବାଦ ପରେ ଆଜି ଏହାର ଅନ୍ତ ଘଟିଛି । ମେଣ୍ଟ ସରକାର ସମର୍ଥନରେ ୯୯ ଟି ଭୋଟ ପଡିଥିବା ବେଳେ ବିଜେପି ୧୦୫ ଭୋଟ ପାଇ ସରକାର ଗଠନ କରିବ । ମୋଟ ୨୨୫ ଜଣ ବିଧାନସଭାରେ ୨୦ ଜଣ ଅନୁପସ୍ଥିତ ଥିଲେ । ୟେଦୁରାପ୍ପା କହିଛନ୍ତି ଗଣତନ୍ତ୍ର ବିଜୟ ହୋଇଛି । ବିଜେପି କହିଛି ମେଣ୍ଟ ସରକାର ରେ ଦୁର୍ନୀତି ଚାଲିଥିବା ସମୟରେ ବିଜେପି ସୁଶାସନ କରିବା ସହ ଆମେ କର୍ଣ୍ଣାଟକ ବାସୀଙ୍କୁ ସୁଶାସନ ଦେବୁ ବୋଲି କହିଛି ।