ଚତୁର୍ଥ ଦିନରେ ସବୁଜ ରଥ ପରିକ୍ରମା ; ମିଳୁଛି ଭବ୍ୟ ସ୍ୱାଗତ ଓ ବିପୁଳ ସମର୍ଥନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରାଶାନ୍ତ କୁମାର ନାୟକଙ୍କ ଆହ୍ୱାନକ୍ରମେ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଚଳିତ ମାସ 26 ତାରିଖ ରେ ସମଗ୍ର ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପଞ୍ଚାୟତ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଏକ ଲକ୍ଷ ଚାରା ରୋପଣ କରିବାର ସଚେତନତା ବାର୍ତ୍ତା ନେଇ ଗତ 21 ତାରିଖରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ସବୁଜ ରଥକୁ ବ୍ଳକ୍ ର ବିଭିନ୍ନ ପଞ୍ଚାୟତରେ ଭବ୍ୟ ସ୍ୱାଗତ ଏବଂ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି I ଏହି ରଥକୁ ପ୍ରଥମ ଦିନରେ ମଙ୍ଗଳପୁର, ଆମ୍ବପୁଆ, ବଙ୍କା ଏବଂ ଉଢୁରା ପଞ୍ଚାୟତ ପରିକ୍ରମା କରିଥିବା ବେଳେ ଦ୍ୱିତୀୟ ଦିନରେ ଧୂମୂଛାଇ, ଇଙ୍ଗିନାଠି, ନୂଆଁଗାଆଁ , ତନରଡ଼ା ପଞ୍ଚାୟତ,ତୃତୀୟ ଦିନରେ ଗୋବରା, ବେଣୀପଲ୍ଲୀ, କ୍ଷତ୍ରିୟବରପୁର, ବଡ଼ପଡ଼ା ଏବଂ ବଡ଼ବୋର୍ସିଂ ପଞ୍ଚାୟତ ପରିକ୍ରମା କରିଥିବା ବେଳେ ଆଜି ଚତୁର୍ଥ ଦିନରେ ଗାଙ୍ଗପୁର, ଖଇରପୁଟି ଏବଂ ନେଟଙ୍ଗା ପଂଚାୟତ ସମେତ ନୂଆଁପଡ଼ା ଗ୍ରାମରେ ସବୁଜ ରଥକୁ ଭବ୍ଯ ସ୍ୱାଗତ କରାଯାଇଛି I ଗାଙ୍ଗପୁର ପଞ୍ଚାୟତରେ ସଂଯୋଜକ ସୁରେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ପିଇଓ ସୁବାଷ ଚନ୍ଦ୍ର ଦଳବେହେରା, ପ୍ରଧାନ ଶିକ୍ଷକ ଭାସ୍କର ବିଷୋୟୀ, ଶୀତଳ ପ୍ରସାଦ ଜେନା,ସଂଯୋଜକ ସୁମନ୍ତ ବିଷୋୟୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସବୁଜ ରଥକୁ ସ୍ୱାଗତ କରାଯାଇଥିବା ବେଳେ ଖଇରପୁଟି ପଞ୍ଚାୟତରେ ସରପଞ୍ଚ ସତ୍ୟବାନ ସ୍ଵାଇଁଙ୍କ ନେତୃତ୍ୱ ତଥା ସଂଯୋଜକ ଶିଶିର କୁମାର ସ୍ଵାଇଁଙ୍କ ସଂଯୋଜନାରେ ଏବଂ ସମିତିସଭ୍ୟା ଶାନ୍ତିଲତା ବେହେରା, ପୂର୍ବତନ ସମିତି ପ୍ରଭାତ ସ୍ୱାଇଁ, ଜିଆରଏସ୍ ରବୀନ୍ଦ୍ର ପାଣିଗ୍ରାହୀ, ଯୋଗାଣ ସହାୟକ ରାଜେଶ୍ ସ୍ୱାଇଁ, ସମିତି ସଭ୍ୟ ପ୍ରତିନିଧି ବିନୋଦ୍ ବେହେରା, ସଂଯୋଜକ ଲମ୍ବାଦର ନାୟକ, ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ଶାନ୍ତିଲତା ବେହେରା, ସୁଚରିତା ଗୌଡ଼ ଏବଂ ଶିକ୍ଷକ ଗଙ୍ଗାଧର ସ୍ଵାଇଁଙ୍କ ତତ୍ତ୍ୱାବଧାନରେ ସବୁଜ ରଥକୁ ସ୍ୱାଗତ କରାଯାଇଥିଲା I ସେହିପରି ନେଟଙ୍ଗା ପଂଚାୟତରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ନିକୁଞ୍ଜ ବିହାରୀ ଖଣ୍ଡୁଆଳଙ୍କ ସଂଯୋଜନାରେ ସଂଯୋଜକ ବିଭୁପାଦ, ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ସମିତିସଭ୍ୟ ରାଜୀବଲୋଚନ ନାୟକ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏବଂ ନୂଆଁପଡ଼ା ଗ୍ରାମରେ ପ୍ରଧାନ ଶିକ୍ଷକ ଉମାଚରଣ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସବୁଜ ରଥକୁ ସ୍ୱାଗତ କରାଯାଇଥିଲା I ସମସ୍ତ ପଞ୍ଚାୟତର ଜନପ୍ରତିନିଧି, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସାମାଜିକକର୍ମୀ, ପରିବେଶବିତ୍ ପ୍ରମୁଖ ସବୁଜ ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ I ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନେ ସଂକୀର୍ତ୍ତନ ଏବଂ ନାଚ ଗୀତ ମାଧ୍ୟମରେ ମଧ୍ୟ ସବୁଜ ରଥକୁ ସ୍ୱାଗତ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ