ଚତୁର୍ଥ ଦିନ : ୩୨ ଜଣ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ଚତୁର୍ଥ ଦିନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ଦଳର ୩୨ ଜଣ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି, କଂଗ୍ରେସ, ବିଜେପି, ଆମ୍ ଆଦମୀ ପାର୍ଟି ର ବହୁ ପ୍ରାର୍ଥୀ ଆଜି ନିଜ ନିଜ ନାମାଙ୍କନ ପତ୍ର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥି ରହିଛନ୍ତି । କୋଭିଡ କଟକଣା ଯୋଗୁଁ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥି , ପ୍ରସ୍ତାବକ ଓ ସମର୍ଥକଙ୍କୁ କେବଳ ଅନୁମତି ରହିଛି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛତ୍ରପୁର ସବଡିଭିଜନ ଅଧୀନରେ ଥିବା ସମସ୍ତ ବ୍ଲକର ଜିଲ୍ଲା ପରିଷଦ ଜୋନ ସଭ୍ୟ ନିମନ୍ତେ ପ୍ରାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ ।


