ଚତୁର୍ଥ ଦିବସରେ ନାମାଙ୍କନ ପତ୍ର ଦାଖଲ କଲେ ୭ ଜଣ
ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ ) : ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ର ଅ।।ଜି ଚତୁର୍ଥ ଦିବସ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସ ଥିଲା ।ଆଜି ଆସ୍ମା ଲୋକସଭା ଆସନ ପାଇଁ ଶ୍ରୀ ଚକ୍ରଧର ସାହୁ ,ସ୍ୱାଧିôନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ଚନ୍ଦ୍ର ଶେଖର ସାହୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସୋମନାଥ ବେହେରା ସୋସିଆଲିଷ୍ଟ ଯୁନିଟି ସେଣ୍ଟର ଅଫ ଇଣ୍ଡିଆ ( କମ୍ୟୁନିଷ୍ଟ ) ର ପ୍ରାର୍ଥୀ ଓ ଚକ୍ରଧର ସାହୁ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହିଞ୍ଜିଳି ବିଧାନ ସଭା ଆସନ ପାଇଁ ଡି ତ୍ରିପଦି ଦୋରା କମ୍ୟୁନିଷ୍ଟ ୟୁନିଟି ସେଣ୍ଟାର ଓ ଇଣ୍ଡିଆ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଗୋପାଳପୁର ବିଧାନସଭା ଶାସନ ପାଇଁ ବିଶ୍ୱ ବିହାରୀ ବିଷୋୟୀ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ୱପୁର ବିଧାନସଭା ପାଇଁ ଜୀବନ ପାତ୍ର ସ୍ୱାଧନପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ଅନ୍ୟ ସମସ୍ତ ଆସନ ଗୁଡିକରେ କୈାଣସି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ ।


