ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପିର ଦିଗଜ ନେତା
ଇାଲେଶ୍ୱର(ଯୁଗାବ୍ଦ ନ୍ୟୁଜ) : ଓଡିଶାରେ ଏପ୍ରିଲ ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ୱର ବିଜେପି ତରଫରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବାଲେଶ୍ୱର ବିଜେପି ଜିଲ୍ଲା ସଭାପତି ତଥା ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ମଦନ ମୋହନ ଦତ୍ତ, ଲୋକସଭା କ୍ଷେତ୍ର ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରେମୁଣା ବିଜେପିର ବିଧାୟକ ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଓ ବସ୍ତା ବିଧାନସଭା କ୍ଷେତ୍ର ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି ଏବଂ ସିମୁଳିଆ ବିଧାନସଭା କ୍ଷେତ୍ର ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମଲୋଚନ ପଣ୍ଡା, ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରୁ ୨୦ହଜାରରୁ ଉଦ୍ଧ୍ୱର୍ ସମର୍ଥକଙ୍କ ସହ ଏକ ବିଶାଳ ପଦଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଦର ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତ ନାମାଙ୍କନ ପତ୍ର ଦାଖଲ ପରେ ପ୍ରତିକ୍ରିୟାରେ କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟ ଭଳି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବିଜେପି ଲୋକାଭିମୁଖୀ କାମ କରିବ । ମୋଦିଜୀଙ୍କର ଜନ ହିତକର କାମକୁ ଗାଁ ଗଣ୍ଡା, ପୂର ପଲ୍ଲୀରେ ଲୋକଙ୍କ ପାଖରେ ପହଞ୍ଚାଯିବ । ନବୀନ ପଟ୍ଟନାୟକଙ୍କର ଦୀର୍ଘ ୨୦ବର୍ଷ ଶାସନ କଲା ପରେବି ଓଡିଆ ନ କହିପାରିବା ଓଡିଆଙ୍କ ସ୍ୱାଭିମାନ ପାଇଁ ଲଜ୍ଜା । ରାଜ୍ୟରେ ଡବଲ ଇିନ ସରକାର ରହିଲେ ହିଁ ରାଜ୍ୟ ଓ ଦେଶର ବିକାଶ ହେବ । ବାଲେଶ୍ୱର ଜିଲ୍ଲା ବାସୀଙ୍କ ପ୍ରତ୍ୟେକ ଭୋଟ ବାଲେଶ୍ୱରର ବିକାଶ ପାଇଁ ରାସ୍ତା ଖୋଲିବ । ଦୀର୍ଘ ବର୍ଷର ଏକ ଅପାରଗ ସରକାର ଯେଉଁଭଳି ଭାବେ ରାଜ୍ୟକୁ ପଛକୁ ନେଇଛନ୍ତି ସେହି ଅପାରଗ ସରକାରକୁ ଏବେ ବଦଳାଇବା ନିହାତି ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ଏହି ନାମାଙ୍କନ ପତ୍ର ପଦଯାତ୍ରାରେ କଲ୍ୟାଣ ରାୟ ମହାଶୟ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଶୁଭଙ୍କର ମହାପାତ୍ର, ସତ୍ୟଜିତ ମିଶ୍ର, ଚିତ୍ତରନ ପଣ୍ଡା, ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଯୋଗେନ ରଣା, ତପନ ଗିରି,ବିଜୟ ଦାସ, ଅନୀଲ ପାତ୍ର, ଅଜୟ ସାହୁ, ସୁଜିତ ଦେବ, ଉପେନ୍ଦ୍ର ନାଥ ଶତପଥୀ, ଯଯାତି ଦାସ, ମହୁଆ ପ୍ରଧାନ, ଧିରଜ ମହାନ୍ତି, ବିକାଶ ପାଢୀ, ନିତିନ ଦାସ,ମଣ୍ଟୁ ପେରିୱାଲ, ମହେଶ ସିଂ, ବିସ୍ମିତ ଦାସ, ମନୋଜ ଆଚାର୍ଯ୍ୟ, ବିଭୁପଦ ଦାସ, ବିନୟ ମହାରଣା,ଅନ୍ତର୍ଯ୍ୟାମୀ ବେହେରା, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଶଶି ଶେଖର ମହାନ୍ତି, ବିବେକାନନ୍ଦ ରାଉତ, ବିବେକ ମହାନ୍ତି, ଆଶାଲତା ବାଡି, ସର୍ବେଶ୍ୱର ପାତ୍ର, ମାଧବାନ୍ଦ ସାହୁ, ସରୋଜ ହାଜରା ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତି ଓ ପ୍ରମୁଖ ସକ୍ରିୟ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ।