ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତରେ ୬,୮୩୧ଟି ମାମଲା ଫଇସଲା

ରାୟଗଡ,(ଦୁର୍ଗାପ୍ରସାଦ ପାଢୀ):ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୧୭୦ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୮୬,୯୪,୪୦୭ (ଛାୟାସୀ ଲକ୍ଷ ଚଉରାନବେ ହଜାର ଚାରି ଶହ ସାତ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ସେହିପରି ରାଜସ୍ୱ ସମ୍ବନ୍ଧିତ ୬,୬୩୯ ଟି ମାମଲା ଫଇସଲା ହୋଇ ସମୁଦାୟ ଟ. ୧୨,୮୦୦୮୬ (ବାର ଲକ୍ଷ ଅସୀ ହଜାର ଛାୟାସୀ) ଟଙ୍କା, ଲେବର ସମ୍ବନ୍ଧିତ ୨ ଟି ମାମଲା ଫଇସଲା ହୋଇ ସମୁଦାୟ ଟ. ୮,୬୮,୭୧୦ (ଆଠ ଲକ୍ଷ ଅଷଠି ହଜାର ସାତ ଶହ ଦଶ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୨୦ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୧୦,୫୨,୧୪୬ (ଦଶ ଲକ୍ଷ ବାବନ ହଜାର ଶହେ ଛୟାଳିସ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ I ଏଥିରେ ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ଏସ.ଏ.କେ ଜାହିରା ଅହମଦ, ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଅଳ୍ପନା ସ୍ୱାଇଁ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ରେଜିଷ୍ଟ୍ରାର ସୋମ୍ୟରୂପ ସାହୁ, ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ, ଉପଖଣ୍ଡୀୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ଗ୍ରାମ ନ୍ୟାୟଧିକାରୀ, କୋଲନରା ଜ୍ୟୋତିରମୟୀ ଷଡଙ୍ଗୀ, ରାୟଗଡା ବାର ଆସୋସିଏସନର ଆଇନଜୀବି ପ୍ରମୁଖ ଯୋଗଦେଇଥିଲେ l ଏହି ଲୋକ ଅଦାଲତ ଟିକୁ ସଫଳ କରିଥିବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଆଚାର୍ଯ୍ୟ ଜିଲ୍ଳାର ଜନସାଧାରଣ ତଥା ଆଇନଜୀବି ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ