ଚତୁର୍ଥ ସନ୍ଧ୍ୟାରେ “ବସୁନ୍ଧରା”

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ସୁନ୍ଦରଗଡର ଜିଲ୍ଲାସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ବରଗାଁ ଆଇଟିଆଇ ପରିସରରେ କେବଳ ଝିଅମାନଙ୍କ ପାଇଁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ “ବସୁନ୍ଧରା”ର ଆଜି ଥିଲା ଚତୁର୍ଥ ଦିବସ । ପ୍ରାତଃରୁ ଉଠି ପିଲାମାନେ ଆତ୍ମରକ୍ଷା କୌଶଳ ସହିତ ବ୍ୟାୟାମ ଏବଂ ଯୋଗ କରିଥିଲେ । ପରେ ପରେ ଇମଗ୍ଧସକ୍ଟଦ୍ଭ କ୍ଟଦ୍ଭ ଈକ୍ଟୟଚ୍ଚ ଉକ୍ଟଦ୍ଭଲସୟରଦ୍ଭମର ଉପରେ ଏକ କର୍ମଶାଳା ଆରମ୍ଭ କରାଯାଇଥିଲା । ଏହାକୁ ଜାତୀୟ କାର୍ଯ୍ୟାଳୟର ପୂର୍ବଦେଶୀୟ ଅଂଚଳର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ବବଲୁ ଗୋସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ଏହି କର୍ମଶାଳା ଦ୍ୱାରା ନିଜର ଆତ୍ମ ବିଶ୍ୱାସ ବୃଦ୍ଧି, ଭବିଷ୍ୟତର କର୍ମପନ୍ଥା ନିରୁପଣ ତଥା ସ୍ୱକୀୟ ଆତ୍ମଗୁଣ ବିକାଶନରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ସେହିପରି ବୁଲ୍‌ବୁଲ୍‌ମାନଙ୍କ ପାଇଁ ଏକ ବୁଲ୍‌ବୁଲ୍ ଟ୍ରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାର ବୁଲ୍‌ବୁଲ୍‌ମାନେ ଗୋଟିଏ ଗୋଟିଏ ଗଛକୁ ସୁନ୍ଦର ଭାବରେ ସଜାଇ ରଖିଥିଲେ । ପରେ ପରେ ବିଭିନ୍ନ ପୁରୁଣା ସ୍ମୃତିକୁ ସାଇତି ରଖିବା ପାଇଁ ଏକ ପ୍ରଦର୍ଶନୀ ପ୍ରତିଯୋଗିିିିିିିିିିିିିିିିିିତା ଅନୁଷ୍ଠିତ ହୋଇଥିଲା । ପିଲାମାନେ ଏହି ପ୍ରଦର୍ଶନୀରେ ସାଇତି ରଖିଥିବା ବହୁ ପୁରୁଣା ସାମଗ୍ରୀକୁ ଏକ ଷ୍ଟଲ ମାଧ୍ୟମରେ ସଜାଇ ରଖିଥିଲେ । ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସୁଦୂର ବୌଦ୍ଧ ଜିଲ୍ଲାରୁ ଆସିଥିବା କବ୍ ମାଷ୍ଟର କଣ୍ଢେଇ ନାଚ ମାଧ୍ୟମରେ ପିଲାମାନଙ୍କୁ ବହୁ ସଚେତନତା ବାର୍ତା ଦେଇଥିଲେ । ପିଲାମାନେ ଏହି ନାଚକୁ ମନଭରି ଉପଭୋଗ କରିବା ସହିତ ବହୁତ କଥାମାନ ଶିଖିବାକୁ ପାଇଥିଲେ । ସନ୍ଧ୍ୟା ୬ ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ୍ ନରଭାନେ, ଆଇ.ଏ.ଏସ୍ ଯୋଗଦେଇ ଝିଅପିଲାମାନଙ୍କର ଏଭଳି ଏକ ଅତ୍ୟନ୍ତ ଆନନ୍ଦ ଦାୟୀ କାର୍ଯ୍ୟକ୍ରମ କରିଥିବାରୁ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌କୁ ଭୁରି ଭୁରି ପ୍ରଶଂସା କରିଥିଲେ । ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ମହିଳାମାନେ ନିଜକୁ କେବେ ଦୁର୍ବଳା ବୋଲି ନଭାବି ନିଜର ଆତ୍ମବିଶ୍ୱାସ ବୃଦ୍ଧି କରି ସମସ୍ତ କାର୍ଯ୍ୟକୁ କିପରି ସଫଳ ରୂପରେ ପ୍ରତିପାଦିତ କରିପାରିବେ ସେ ବିଷୟରେ ନିଜର ବକ୍ତୃତା ମାଧ୍ୟମରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସ୍କାଉଟ ଏବଂ ଗାଇଡସ୍‌ର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅତିଥିମାନଙ୍କୁ ବହୁ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା । ଆଜିର କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଭାରତୀ ନାହାକ, ନଗ୍‌ମା ତବସୁମ୍‌, ଲାୟନ ମମତା ଗୌତମଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ “ବସୁନ୍ଧରା” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପରେ ପରେ ତିନି ଦିନ ଧରି ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ ମୁଖ୍ୟ ଅତିଥିଙ୍କଠାରୁ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଜ୍ୟ ସଂଗଠିକା କମିଶନର (ଗାଇଡ୍‌) ଶ୍ରୀମତୀ ଅନାମିକା ଦାସ । କାର୍ଯ୍ୟକ୍ରମ ଶେଷରେ ବରଗାଁ ଆଇଟିଆଇର ପ୍ରତିଷ୍ଠାତା ସମ୍ପାଦକ ଡଃ. ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ