ଚତୁର୍ଦ୍ଧଶ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଭାବେ ଶପଥ ନେଲେ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଚଳିତମାସ ୬ତାରିଖରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାରଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ପରାସ୍ତ କରି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଗୁରୁବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥଗ୍ରହଣ ଉଛବରେ ଜଗଦୀପ ଧନଖଡ଼ଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଧନଖଡ଼ଙ୍କ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିବାବେଳେ ସେ ୧୯୮୯ରେ ସାଂସଦ ହୋଇ ପରେ କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ପରବର୍ତୀ ସମୟରେ ୧୯୯୧ରେ ଯେତେବେଳେ ଜନତା ଦଳ ତରଫରୁ ଲୋକସଭା ନିର୍ବାରଚନାରେ ଲଢ଼ିବାପାଇଁ ପାଇଁ ତାଙ୍କ ଟିକେଟ୍‌ ପ୍ରଦାନ କରାଯାଇନଥିଲା ସେତେବେଳେ ସେ କଂଗ୍ରେସରେ ସାମିଲ ହୋଇ ନିର୍ବାରଚନା ଲଢ଼ିଥିଲେ । ସେ ୨୦୦୩ ମସିହାରେ ବିଜେପିରେ ସାମିଲ ହୋଇଥିଲେ ପରବର୍ତୀ ସମୟରେ ୨୦୧୯ରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ