ଚତୁର ଘୋଡ଼ାର ଅଜବ ବାହାନା

କଥାରେ ଅଛି ଜଣେ ଅଳସୁଆକୁ ଯେତେ ବି ଚେଷ୍ଟା କରିଲେ ଆପଣ କର୍ମଠ କରାଇ ପାରିବେ ନାହିଁ । ଏହି କଥାଟି କେବଳ ମଣିଷ ନୁହେଁ, ବରଂ ଜୀବଯନ୍ତୁଙ୍କ କ୍ଷେତ୍ରରେ ବି ପ୍ରଯୁଜ୍ୟ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏକ ଭିଡିଓ । ଭିଡିଓରେ ଦେଖିବାକୁ ମିଳିଛି ଯେ ଅଳସୁଆ ଘୋଡ଼ାଟିର ପିଠିରେ ଯେତେବେଳେ କେହି ବସୁଛନ୍ତି ଘୋଡ଼ାଟି ବାହାନା କରି ତଳେ ପଡ଼ିଯାଉଛି । ଜିଭକୁ ଆଗକୁ କାଢ଼ି ମରିଯିବା ପରି ଅଭିନୟ କରୁଛି ।
ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିବା ପରେ ଅନେକ ଲୋକ ହସି ହସି ବେଦମ୍ ହେଉଛନ୍ତି । ଘୋଡ଼ାଟିର ମିଛ ବାହାନା ଦେଖି ଲୋକେ ମଜା ନେବାରେ ଲାଗିଛନ୍ତି । ଏବେ ସୁଦ୍ଧା ଏହି ଭିଡିଓଟିକୁ ସୋସିଆଲ୍ ମିଡିଆରେ ୨ କୋଟିରୁ ଊଦ୍ଧ୍ୱର୍ ଲୋକ ଦେଖିସାରିଲେଣି । ୧ ମିନିଟ୍ ୩୨ ସେକେଣ୍ଡ୍‌ର ଏହି ଭିଡିଓରେ ଘୋଡ଼ାଟି ଜବରଦସ୍ତ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଯେତେବେଳେ ଘୋଡ଼ା ଉପରେ କେହି ବସିବାକୁ ଯାଆନ୍ତି ସେ ଏପରି ଅଭିନୟ କରିଥାଏ । ଏହି ଘୋଡ଼ାର ମାଲିକଙ୍କ କହିବା ଅନୁସାରେ ଘୋଡ଼ାଟିର କୌଣସି ରୋଗ ନାହିଁ । ଗୋଡ଼ରେ ବି କିଛି ସମସ୍ୟା ନାହିଁ । ଘୋଡ଼ାଟି କାମ ଚୋର ହୋଇଥିବାରୁ ସେ ସବୁବେଳେ ଏମିତି ବାହାନା କରିଥାଏ କୁଆଡ଼େ ଯିବନାହିଁ ବୋଲି । ଏହି ଭିଡିଓଟିକୁ ଏବେ ସୁଦ୍ଧା ୬ ଲକ୍ଷ ଲୋକ ସେୟାର୍ କରି ସାରିଲେଣି । ଘୋଡ଼ାଟି ଅଭିନୟ କରି ଖାଲି ପଡ଼ିଯାଉନାହିଁ, ବରଂ ଗୋଡ଼କୁ ମୋଡ଼ି, ଜିଭ କାଢ଼ି ଅବିକଳ ମରିଯିବା ପରି ଅଭିନୟ କରୁଛି । ଏହି ଚତୁର ଘୋଡ଼ାଟିର ଭିଡିିଓକୁ ବହୁ ଲୋକ ପସନ୍ଦ କରିବାରେ ଲାଗିଛନ୍ତି । କେଉଁ ପଶୁ ବି ଏତେ ଅଳସୁଆ ହୋଇପାରନ୍ତି ଘୋଡ଼ାଟିକୁ ଦେଖିବା ପରେ ହିଁ ଯାଇ କେହି ବିଶ୍ୱାସ କରିପାରିବେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ