ଚତୁର ଯନ୍ତ୍ରୀ, ଛାତ ନପକାଇ ସମ୍ପୁର୍ଣ୍ଣ ବିଲ କରିନେଲେ

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ବିଭିନ୍ନ କାର୍ଯ୍ୟରେ ହେଉଥିବା ଦୁର୍ନ୍ନୀତୀ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କେଉଁଠି ଗୋଟିଏ ଗୋଟିଏ କାମକୁ ଦୁଇ ଥର ଦର୍ଶାଯାଇ ବିଲ କରାଯାୁଛି ତ ଆଉ କେଉଁଠି କାର୍ଯ୍ୟ ନହୋଇ ମଧ୍ୟ ସମ୍ପୁର୍ଣ୍ଣ ଅନୁଦାନ ଉଠାଣ ହୋଇଛି । ଏନେଇ କିଛି ପଞ୍ଚାୟତରେ ଭିଜିଲାନସ ତଦନ୍ତ ମଧ୍ୟ ଆରମ୍ଭ ହେଲାଣି । କିନ୍ତୁ ଆଜି ଆଉ ଏକ ରୋଚକ ତଥ୍ୟ ଯନ୍ତ୍ରୀଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ।  ଚତୁର ଯନ୍ତ୍ରୀ ଜଣକ ଆମ ଗାଁ ଆମ ବିକାଶ ଯୋଜନାରେ ଏକ ଘରର ଛାତ ନପକାଇ ସମ୍ପୁର୍ଣ୍ଣ ବିଲ ଉଠାଇ ନେଇଛନ୍ତି । ଏପରି ହୋଇଛି ଆମ୍ବୋ ପଞ୍ଚାୟତ ଶଙ୍ଖୋ ବାଲିଆ ସାହିରେ । ଗତ ୨୦୧୮/୧୯ ଆଥିକ ବର୍ଷରେ ଏହି ଗ୍ରାମକୁ ଆମ ଗାଁ ଆମ ବିକାଶ ଯୋଜନାରେ କମୁନିଟି ସେଣ୍ଟର ନିର୍ମାଣ ପାଇଁ ଅଢ଼େଇ ଲକ୍ଷଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ସେହିଅନୁସାରେ ବାଲିଆ ସାହିର ଗାଁ ମୁଣ୍ଡରେ ଆରମ୍ଭ କରାଯାିଥିଲା ଆମ ଗାଁ ଆମ ବିକାଶ ଯୋଜନାର ଘର । କିନ୍ତୁ ଘରର ଛାତ ପକାଯାଇ ନଥିବାବେଳେ ବାରଣ୍ଡାର ଛାତ ପକାଇ ଓ ଚାରିପାଖର କାନିସ ବାହାର କରି ଘର ନିର୍ମାଣ କରାଗଲା । ସମ୍ମୁଖପଟ ପ୍ଲାଷ୍ଟର କରି ରଙ୍ଗକରାଯାଇ ଦୁଇଟି ଟିଣ କବାଟ ଲଗାଯାଇଛି । ଏପରିକି ଘରର ଭିତରପାଖ ଓ ଘରର ପଛକାନ୍ଥ ପ୍ଲାଷ୍ଟର ହୋଇନି । ଡିସପ୍ଲେ ବୋର୍ଡ ମଧ୍ୟ ନାହିଁ । ଯେ କେହି ବାହାରୁ ଦେଖିବ ଘରଟି ପୁର୍ଣ୍ଣାଙ୍ଗ ହୋଇଛି ଓ ବହୁତ ସୁନ୍ଦର ହୋଇଛି ବୋଲି କହିବ । କିନ୍ତୁ ଘରର ଛାତ ନପଡି ମଧ୍ୟ ଅଧାପନ୍ତରିଆ ଘରକୁ ଯନ୍ତ୍ରୀ ଜଣକ ସମ୍ପୁର୍ଣ୍ଣ ବିଲ କରି ଟଙ୍କା ଉଠାଇନେଲେ । ୩୮ନମ୍ବର ଏମବିର ୧୦୮ପୃଷ୍ଠାରେ କନିଷ୍ଠଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତରେ ଏହାର ଫାଇନାଲ ବିଲ କରାଯାଇଛି । ଏ ସମ୍ପର୍କରେ ସେହି ଗ୍ରାମର ପୁର୍ବତନ ସରପଞ୍ଚ ଶ୍ରୀରାମ ଦାସଙ୍କୁ ପଚାରିବାରେ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ, ଯନ୍ତ୍ରୀ କରୁଛନ୍ତି କାମ, ସେବି କରୁଛନ୍ତି ବିଲ୍ ଓ ଟଙ୍କା ମଧ୍ୟ ତାଙ୍କ ଏକାଉଣ୍ଟକୁ ଯାଉଛି । ଏଠାରେ ଅନ୍ୟକେହି ଜାଣିବା କଷ୍ଟକର ବୋଲି ସେ କହିଛନ୍ତି ।  ଏପରି ଘରର ଛାତ ନପଡି ସମ୍ପୁର୍ଣ୍ଣ ବିଲ ହେବା ଆମେ କେଉଁଠି ଦେଖିନୁ ବୋଲି ଅନ୍ୟ କିଛି ଗ୍ରାମବାସୀ ମଧ୍ୟ କହିଛନ୍ତି । ଏ ସମ୍ପର୍କରେ ବିଡିଓ ବିଚିତ୍ର କୁମାର କରଙ୍କୁ ପଚାରିବାରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ଏହିକାର୍ଯ୍ୟର ତଦାରଖ କରୁଥିବା କନିଷ୍ଠଯନ୍ତ୍ରୀ ମନୋଜ ବେହେରାଙ୍କୁ ପଚାରିବାରେ ସେ କଣ ଏଷ୍ଟିମେଟ ଥିଲା ମୁଁ ଜାଣିନି, ଦେଖିବାପରେ କହିବି ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏପରି ଦୁର୍ନ୍ନୀତୀଗ୍ରସ୍ଥ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ