ଚନ୍ଦନନଗର ପିଏଚସି ଫାର୍ମାସିଷ୍ଟଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଚନ୍ଦନ ନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ତାଙ୍କ କାର୍ଯ୍ୟରେ ଗୁରୁତ୍ତର ଅବହେଳା କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ମଙ୍ଗଳବାର ଅଭିଯୋଗ ହୋଇଛି । ସଂପୃକ୍ତ ଫାର୍ମାସିଷ୍ଟ ଜଣଙ୍କ ଦୀର୍ଘ ୧୫ବର୍ଷ ଧରି ଏଠାରେ କାର୍ଯ୍ୟ କରିଆସୁଥିବା ବେଳେ ସପ୍ତାହରେ ୨ଦିନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ମାତ୍ର ୨ଘଣ୍ଟା ପାଇଁ ରହି ଚାଲିଯାଉଥିବା ଅଭିଯୋଗ ହୋଇଛି । ଏହା ବ୍ୟତିତ ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଖରାପ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ସେହି ଫାର୍ମାସିଷ୍ଟଙ୍କୁ ଏଠାରୁ ତୁରନ୍ତ ବଦଳି କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଞ୍ଜନା ମଲିକ, ପଦ୍ମିନୀ ମଲିକ, ମାମାନି ମଲିକ, ଟୁକୁନି ମଲିକ, ଲିପୁନା ମଲିକ, ପାଣ୍ଡବ ମଲିକ, ମିଥୁନ ମଲିକ, ରମେଶ ମଲିକ, ସଦାନନ୍ଦ ମଲିକ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ