ଚନ୍ଦନପୁର ଡାକ୍ତରଖାନାରେ ନିୟମିତ ଡାକ୍ତର ନିଯୁକ୍ତି ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ଚଉଦକୁଲାଟ ଗ୍ରାମରେ ଏକ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସେହି ଡାକ୍ତରଖାନାରେ ଜଣେ ଏମ୍‌.ବି.ବି.ଏସ୍‌. ଡାକ୍ତର(ସର୍ଜନ) ଏବଂ ଜଣେ ଆୟୁଷ ଡାକ୍ତରଙ୍କ ମଞ୍ଜୁରୀ ରହିଛି । ଆୟୁଷ ଡାକ୍ତର ସେହି ଡାକ୍ତରଖାନାଟିକୁ ଚଳାଉଛନ୍ତି । ସେଠାରେ ପ୍ରାୟ ୨ବର୍ଷ ହେବ ଜଣେ ସର୍ଜନଙ୍କୁ ନିଯୁକ୍ତି ଦିଆଯାଇଥିବା ସତ୍ତ୍ୱେ ସେ କେବଳ ମଙ୍ଗଳବାର ଏବଂ ଶୁକ୍ରବାର ସେହି ଡାକ୍ତରଖାନାକୁ ଆସୁଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ସମ୍ପୃକ୍ତ ଡାକ୍ତର ସେହି ଡାକ୍ତରଖାନାକୁ ନିୟମିତ ଆସୁନାହାଁନ୍ତି । ଏହି ଡାକ୍ତରଖାନାରେ ଜଣେ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ସେହି ଗ୍ରାମର ଅଧିବାସୀ ତଥା ୭ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତି ଏବଂ ପୂର୍ବତନ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କୁ ଅନୁରୋଧ କରିବା ସହିତ ଏଥିରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ