ଚନ୍ଦନଯାତ୍ରା ଓ ଅକ୍ଷୟତୃତୀୟା ନୀତି ଲାଗି ପ୍ରସ୍ତୁତି ବୈଠକ

ପୁରୀ(ବ୍ୟୁରୋ): ୭ ତାରିଖରେ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ମହାପ୍ରଭୁଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତି ସମୟ ନିର୍ଘଣ୍ଟ କରାଯାଇଛି । ତାହା ୩୦ତାରିଖରେ ଛତିଶାନିଯୋଗ ବୈଠକ ଓ ମେ ୬ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ପ୍ରକାଶ ପାଇବ । ଅନ୍ୟପକ୍ଷରେ ଏହି ଯାତ୍ରା ୨୧ ଦିନ ଧରି ଚାଲିବ । ବିଶେଷକରି ମହାପ୍ରଭୁଙ୍କ ପ୍ରତିମା ନେଇ ଯାଉଥିବା ବିମାନ ରାସ୍ତାରେ ଅନେକ ଅସୁବିଧାରେ ସମ୍ମୁଖୀନ ହେବା ସହିତ ରାସ୍ତା ମଧ୍ୟ ଖରାପ ରହିଛି ବୋଲି ବୈଠକରେ ସେବାୟତ ଅଭିଯୋଗ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଦୁଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ସେହିଦିନ ଅକ୍ଷୟତୃତୀୟା ପଡୁଥିବାରୁ ସେହିଦିନରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ତେଣୁ ରଥ ଖଳାରେ ରଥ ନିର୍ମାଣ ପାଇଁ ସମସ୍ତ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିଥିବା ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେବା ସହିତ ମହାପ୍ରଭୁଙ୍କ ବିଧି ମୁତାବକ ରଥ ଅନୁକୂଳ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସେବାୟତଙ୍କ ସହିତ ଭିନ୍ନ ଭିନ୍ନ ବୈଠକ କରି ମହାପ୍ରଭୁଙ୍କ ଯାନିଯାତ୍ରାର ନୀତିକାନ୍ତି ଓ ରଥ କାର୍ଯ୍ୟ ନେଇ ଆଲୋଚନା ଜାରି ରଖିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ