ଚନ୍ଦନିମାଳ ହାଇସ୍କୁଲ ବାର୍ଷିକ ଉତ୍ସବ; ଯୋଗଦେଲେ କ୍ୟାବିନେଟ ମନ୍ତ୍ରୀ ରବି ନାଏକ
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଚନ୍ଦନୀମାଲ ହୀରାଧର ଯୁବକ ସଂଘ ହାଇସ୍କୁଲରେ ଶନିବାର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ପ୍ରଧାନ ଶିକ୍ଷକ କମଳ ଲୋଚନ ବେହେରା ସଭାପତିତ୍ବ କରି ବାର୍ଷିକ ବିବରଣୀ ପଠନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।ସେ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ,ଗୁଣାତ୍ମକ ଶିକ୍ଷାଦାନ ଓ ଶୃଙ୍ଖଳାଗତ ବାତାବରଣ ଯୋଗୁଁ ଏହି ହାଇସ୍କୁଲର ସ୍ୱତନ୍ତ୍ର ପରିଚୟ ରହିଛି।ତେଣୁ ଅଧ୍ୟୟନରେ ଚେଷ୍ଟା ଜାରି ରଖିଲେ ନିଶ୍ଚିତ ଭାବେ ସଫଳତା ମିଳିବ ବୋଲି ଛାତ୍ରୀଛାତ୍ରଙ୍କୁ କହିଥିଲେ।ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଡ.ପ୍ରମୋଦ କୁମାର ପଣ୍ଡା ମୁଖ୍ୟବକ୍ତା,ଭାଜପା ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ଶୁଶିଳ କର,ସମ୍ବଲପୁର ଓଷ୍ଠାର ପୂର୍ବତନ ସାଧାରଣ ସମ୍ପାଦକ ହରିନାରାୟଣ ପଣ୍ଡା,ସମ୍ବଲପୁର ଜୁନିୟର ସାଇନ୍ସ କଲେଜ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ଗୌରାଙ୍ଗ କୁସୁମ,ହାଇସ୍କୁଲ ପରିଚାଳନା କମିଟି ସଭାପତି ଉଷତରାମ ପଟେଲ,ହାଇସ୍କୁଲ ପ୍ରତିଷ୍ଠାତା ସମ୍ପାଦକ ଜଗତ୍ରାମ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଓ ପିଲାଙ୍କ ମଧ୍ୟରେ ଏକ ଶୈଖିକ ବାତାବରଣ ସୃଷ୍ଟି କରିବାକୁ କହିଥିଲେ।ସହକାରୀ ଶିକ୍ଷୟିତ୍ରୀ ଦିପ୍ତିମୟୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ବିଭୁତି ଭୂଷଣ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତିପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ଦେବାନନ୍ଦ କର୍ସେଲ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷକ ରାଜେଶ କୁମାର ନାୟକ,ଜେହେରୁଲାଲ ପଟେଲ,ଚେଞ୍ଜିଙ୍ଗ୍ ନାୟକ,ସୁଗତ ପଟେଲ ପ୍ରମୁଖ ସହଯୋଗ କରିଥିଲେ।ପରେ ଛାତ୍ରୀଛାତ୍ରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।