ଚନ୍ଦନ କାଠ ଚୋରାଚାଲାଣ ଦୁଇ ଗିରଫ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଗୁରୁବାର ବେଲଗୁଣ୍ଠା ପୋଲିସ୍ ଏକ ଚନ୍ଦନ କାଠ ଚୋରାଚାଲାଣ ମାମଲାର ପର୍ଦ୍ଦାଫାସ୍ କରି ଚନ୍ଦନ କାଠ ଜବତ କରିବା ସହିତ ଦୁଇଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି I ସୂଚନା ପ୍ରକାରେ ଗତକାଲି ଗୋଟିଏ ଏକ ପ୍ଲାଟିନା ମୋଟର୍ ସାଇକେଲରେ ଦୁଇଜଣ ବ୍ୟକ୍ତି ଗଜିନ୍ଦ୍ରାରୁ ସମା ଗ୍ରାମକୁ ଚୋରା ଚାଲାଣ କରୁଥିବା ବେଳେ ବେଲଗୁଣ୍ଠା ପୋଲିସ୍ ହାତରେ ଧରା ପଡ଼ିଥିଲେ I ଧରାପଡ଼ିଥିବା ବ୍ୟକ୍ତି ମାନେ ହେଲେ ସମା ଗ୍ରାମର ଡ଼ାକ୍ତର ନାହାକ ଏବଂ ବରେଇଝୁଲି ଗ୍ରାମର ସନ୍ତୋଷ ନାୟକ I ପୋଲିସ୍ ଉଭୟଙ୍କ ପାଖରୁ ୧୩.୫ କିଗ୍ରା ଚନ୍ଦନ କାଠ ଏବଂ ବାଇକ୍ କୁ ଜବତ କରିବା ସହିତ କେଶ୍ ନମ୍ବର୍ ୨୪୨/୨୧ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି I


