ଚନ୍ଦନ ଯାତ୍ରା ଯୋଗୁଁ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନରେ କରୋନା ପାଇଁ ୧୪୪ ଧାରା ଲାଗୁ ହେଲା

ପାରାଦ୍ୱୀପ,(ପିତବାସ ପ୍ରଧାନ):କରୋନା ଭୂତାଣୁ କୋଭିଡ୍‌-୧୯ ର ଦୃତ ସଂକ୍ରମଣ କୁ ରୋକିବା ପଇଁ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନ ମାନଙ୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୧୪୪ ଧାରା ଲାଗୁ କରିଛନ୍ତି । ଏହି ୧୪୪ ଧାରା ଏପ୍ରିଲ୍ ୨୬ ତାରିଖ ଠାରୁ ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜିଲ୍ଲାର ବାଗ୍‌ଦେବୀ ମା ଶାରଳା ପୀଠ କନକପୁର, ଶିଶୁ ଅନନ୍ତ ଆଶ୍ରମ ଅରିଲୋ, ତିର୍ତ୍ତୋଲ, ପାରାଦ୍ୱୀପ ମଧୁବନସ୍ଥିତ ଜଗନ୍ନାଥ ମନ୍ଦିର, ଏରସମା ପଞ୍ଚପୁଲୀ ର ଗ୍ରାମେଶ୍ୱର ମନ୍ଦିର , ସାହାଡଦେବୀ ସରବନ୍ତ ଜଗନ୍ନାଥ ମନ୍ଦିର, ଗୋଡାର ଶ୍ରୀ ବୃନ୍ଦାବନ ବିହାରୀ ଜୀୟୁ ମନ୍ଦିର, ନାଉଗାଁ ଅନ୍ତଗତ ଗାରୋଇ ର ଜଗନ୍ନାଥ ମନ୍ଦିର, କୋରୁଅର ନିଳକଣ୍ଠେଶ୍ୱର ମହାଦେବ ମନ୍ଦିର, ଗୋଠଦା ମଠ, ଅଲଣା (୨), ଚାନ୍ଦପୁରା ଜଗନ୍ନାଥ ମନ୍ଦିରରେ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବହୁ ରୀତି ନୀତି ହୋଇଥାଏ ଓ ବହୁ ସଂଖ୍ୟାରେ ଜନସାଧାରଣ ଏଥିରେ ସାମିଲ ହୋଇଥାଆନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି ସବୁ ଧର୍ମାନୁଷ୍ଠାନ ଆଖପାଖରେ ୪ଜଣରୁ ଉର୍ଦ୍ଧ୍ୱ ଲୋକ ଏକାଠି ହେବେ ନାହିଁ । ବୋଲି ନିର୍ଦ୍ଦେଶାନାମା ଜାରି କରିଛି । ଏହି ନିୟମକୁ ଅବମାନନା କଲେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚେଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ