ଚନ୍ଦ୍ରଗିରିରେ ଆରଏସଏସର ସମ୍ମିଳନୀ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ମୋହନା ବ୍ଲକ ଚନ୍ଦ୍ରଗିରିରେ ଖଣ୍ଡକାର୍ଯ୍ୟବାହ ବଙ୍ଗାଳିଜାନୀଙ୍କ ସଂଯୋଜନାରେ ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ ପକ୍ଷରୁ ଖଣ୍ଡ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିରୁପେ ବୁଦ୍ଧିଜୀବି ଲୋକନାଥ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବିଜୟ ସାହୁ ମୁଖ୍ୟ ବକ୍ତାଭାବେ ଆରଏସଏସର ଗଂଜାମ ବିଭାଗ କାର୍ଯ୍ୟବାହ ପ୍ରତାପ ଦାମ ଯୋଗ ଦେଇ ରାଷ୍ଟ୍ର,ଧର୍ମ ଓ ସଂସ୍କୃତି ଉପରେ ମତବ୍ୟକ୍ତ କରିଥିଲେ । ଏହା ପରେ ଶତାଧିକ କର୍ମୀ ଯୋଗ ଦେଇ ନଗର ପରିକ୍ରମା କରିଥିଲେ । ଏଥିସହ ସୂର୍ଯ୍ୟନମସ୍କାର , ଆସନ ନ୍ୟୁଧ , ଶାରିରୀକ କୈାଶଳ,ଚୈତନ୍ୟ ମଲ୍ଲିକ , ବାଳକୃର୍ଷ୍ଣ ରଣଷଣ୍ଢ, ପଂଚାନନ ପ୍ଧବଳ , ରଜନୀକାନ୍ତ ପ୍ରମୁଖ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବି ଉପସ୍ଥିତି ଥିଲେ ।