ଚନ୍ଦ୍ରଗିରିରେ ଉଦ୍ଘାଟନ ହେଲା ସିଆରଏଆଇର ଶାଖା କାର୍ଯ୍ୟାଳୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମଠାରେ କ୍ରାଇମ୍ଏ ରିସର୍ଚ୍ଚ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ଅଫ ଇଣ୍ଡିଆ ପକ୍ଷରୁ ଓଡିଶାର ଶାଖା କାର୍ଯ୍ୟାଳୟ ଚନ୍ଦ୍ରଗିରି ଠାରେ ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଫରେଷ୍ଟ ଗାର୍ଡ଼ ସନ୍ତାଷ କୁମାର ରଥ, ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ଜୟକୃଷ୍ଣ ସେଠି, ମୋହନା ଥାନା ଏସଆଇ ପ୍ରତାପ ବେହେରା ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ କ୍ରାଇମ୍ଏ ରିସର୍ଚ୍ଚ ଇନ୍ଭେଷ୍ଟି ଗେସନ୍ ଏଜେନ୍ସି ଅଫ ଇଣ୍ଡିଆର ଓଡିଶା ଇନ୍ଚାର୍ଜ ଶ୍ରୀସୁକାନ୍ତ କୁମାର ରଥ କହିଥିଲେ ରାଜ୍ୟରୁ କିଭଳି ସାଇବର ଠକେଇ ଓ ଅନ୍ୟାନ୍ୟ ଅନଲାଇନ ଠକେଇକୁ ମୂଳ ପୋଛ କରାଯାଇପାରିବ ସେ ଦିଗରେ ସମସ୍ତେ ଚେଷ୍ଟା କରିବା ଦରକାର ଓ ସଚେତନତାକୁ ବ୍ୟାପକ କରିବା ପାଇଁ ଆବଶ୍ୟକତା ରହିଛି ବୋଲି କହିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆଡ଼ଭୋକେଟ୍ ଦୁର୍ଯ୍ୟୋଧନ କରଡ଼ା.


